ଦେଶ ବିଦେଶମୁଖ୍ୟ ଖବରରାଜନୀତି

ମହାତ୍ମା ଗାନ୍ଧିଙ୍କ ସହ ମୋତେ ତୁଳନା କରିବା ଅତ୍ୟନ୍ତ ଭୁଲ୍: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଶଂସା କରି ନିଜର ପ୍ରିୟପାତ୍ର ହେବାକୁ ଚାହୁଁଥିବା ଦଳୀୟ ନେତାଙ୍କୁ କଡ଼ା ଟିପ୍ପଣୀ ଶୁଣାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏବେ ଭାରତ ଯୋଡ଼ୋ ଯାତ୍ରା ଅଭିଯାନରେ ଥିବା ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରିବାକୁ ନେଇ ସେ ନାପସନ୍ଦ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ, “ଜାତିରି ପିତା ମହାତ୍ମା ଗାନ୍ଧିଙ୍କୁ ମୋ ସହ ତୁଳନା କରିବା ଅତ୍ୟନ୍ତ ଭୁଲ। ଗାନ୍ଧିଙ୍କ ଜାଗା କେଉଁଠି ଏବଂ ମୋ ଜାଗା କେଉଁଠି। ତାଙ୍କୁ ମୋ ସହ ତୁଳନା କରିବା ଅନୁଚିତ। ସେ ଜଣେ ମହାନ ବ୍ୟକ୍ତି ଥିଲେ। ସେ ତାଙ୍କର ପୂରା ଜୀବନ ଦେଶ ପାଇଁ ସମର୍ପଣ କରିଛନ୍ତି । ସେ ୧୦-୧୨ ବର୍ଷ ଜେଲ ଜୀବନ ବିତାଇଛନ୍ତି। ତାଙ୍କ ଜାଗା ଆଉ କେହି ପୂରଣ କରିପାରିବେ ନାହିଁ।

ତେଣୁ ତାଙ୍କ ସହ ମୋ ନାମ ନେବା ଅନୁଚିତ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଏବେ ମୁଁ ଆମ କଂଗ୍ରେସର ଜଣେ ମିତ୍ରଙ୍କୁ ମୁଁ ଟିକେ କଡ଼ା କଥା କହିବାକୁ ଚାହୁଁଛି।  ସେ କହିଛନ୍ତି ଯେ, ଯାହା ରାଜୀବ ଗାନ୍ଧି କରିଛନ୍ତି , ଯାହା ଇନ୍ଦିରା ଗାନ୍ଧି କରିଛନ୍ତି ସେମାନେ ସହିଦ ହୋଇଛନ୍ତି। ସେମାନଙ୍କୁ ଯାହା କରିବାର ଥିଲା କଲେ। ଭଲ ମଧ୍ୟ କରିଛନ୍ତି।  କିନ୍ତୁ କଂଗ୍ରେସ ଦଳକୁ ସବୁ ସଭାରେ ଏକଥାକୁ ଦୋହରାଇବା ଆବଶ୍ୟକ ନାହିଁ।

ମହାତ୍ମା ଗାନ୍ଧିଙ୍କୁ ଯାହା କରିବାର ଥିଲା ସେ କରିଛନ୍ତି।  ସେମାନେ ଯାହା କରିବାର ଥିଲା କରିପାରିଛନ୍ତି। କିନ୍ତୁ ଆମକୁ ଜନତାଙ୍କୁ କହିବାକୁ ପଡ଼ିବ ଯେ, ଆମେ ଲୋକଙ୍କ ପା‌ଇଁ କଣ କରିବାକୁ ଯାଉଛୁ। ଏହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚିଛି ଭାରତ ଯୋଡା ଯାତ୍ରା। ଏଥିରେ ବହୁ ବିଶିଷ୍ଟ ନେତା, କାର୍ଯ୍ୟକର୍ତ୍ତା, ଟେକ୍ନୋକ୍ରାଟ ଏବଂ ମନୋରଞ୍ଜନ ଶିଳ୍ପ ତଥା ନାଗରିକ ସମାଜର ପ୍ରମୁଖ ବ୍ୟକ୍ତି ଯୋଗ ଦେଉଛନ୍ତି। ଗତକାଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।  ଏହି ସମୟରେ ସେ ଶ୍ରୀ ଗାନ୍ଧୀଙ୍କ ସହ ଦୀର୍ଘ ଦିନ ଧରି ଭାବ ବିନିମୟ କରିଥିଲେ।

Show More

Related Articles

Back to top button