Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

୪ ଅପରାଧି କଲେ ଆତ୍ମସର୍ମପଣ : ଶପଥ ନେଲେ ଭବିଷ୍ୟତରେ କରିବେନି ଅପରାଧ

୪ଜଣ ଅପରାଧି ଶ୍ରେଣୀୟ ଯୁବକ ଥାନାକୁ ଯାଇ ଆତ୍ମ ସମର୍ପଣ କରିଥିଲେ ।

ଉତ୍ତର ପ୍ରଦେଶର ସହାରନପୁରରେ ସୋମବାର ଦିନ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ୪ଜଣ ଅପରାଧି ଶ୍ରେଣୀୟ ଯୁବକ ଥାନାକୁ ଯାଇ ଆତ୍ମ ସମର୍ପଣ କରିଥିଲେ । ଆଉ ଭବିଷ୍ୟତରେ ଅପରାଧ କରିବେ ନାହିଁ ବୋଲି ଶପଥ ନେଇଥିଲେ। ଏହି ୪ଜଣ ଅପରାଧି ନିଜ ନିଜ ମାଆଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଥିଲେ। ଏବଂ ଏମାନେ ଏମିତି ସମୟରେ ଥାନାରେ ସରେଣ୍ଡର ହୋଇଥିଲେ , ଯେମିତି ରାଜ୍ୟରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ଙ୍କ ସରକାର ଗଠନର ସମୟ ଚାଲିଆସିଛି ।  ସୂଚନା ଯେ, ଯୋଗୀ ସରକାରଙ୍କର ପ୍ରଥମ କାର୍ଯ୍ୟକାଳରେ ଅପରାଧିଙ୍କୁ ଖୁବ୍‌ ଏନକାଉଣ୍ଟର କରାଯାଉଥିଲା । ଏହା ପରେ ଭୟଭୀତ ହୋଇ ବହୁ ସଂଖ୍ୟାରେ ଅପରାଧିମାନେ ପୋଲିସ୍‌ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । ଅନେକ ଅପରାଧିମାନେ ବେକରେ ପ୍ଲା କାର୍ଡ ଝୁଲାଇ ଅପରାଧ ଦୁନିଆରୁ ଦୂରେଇ ଯିବାକୁ ଘୋଷଣା କରିଥିବାର ଦେଖିବାକୁ ମିଳିଥିଲା । ଏହି ଚାରି ଜଣଙ୍କୁ ଦେଖି ଯୋଗୀ ଆଦିତ୍ୟନାଥଙ୍କ କଥା ମନେ ପଡିଯାଉଛି ।

Show More

Related Articles

Back to top button