Breaking PLUSଦେଶସ୍ୱତନ୍ତ୍ର

ବୃଦ୍ଧି ପାଇଲା ମ୍ୟାଗି,ଚା ଏବଂ କଫି ଦର

ନେସଲେ ଇଣ୍ଡିଆ ମ୍ୟାଗିର ଦାମକୁ ୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ଦିନକୁଦିନ ବିଭିନ୍ନ ଖାଦ୍ୟଦ୍ରବ୍ୟର ଦର ବୃଦ୍ଧି ପାଇବାରେ ଲାଗିଛି ।  ଯାହାକି ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ପ୍ରଥମେ  ତେଲ,କ୍ଷୀରର ମୂଲ୍ୟ ବୃଦ୍ଧି ପାଇବା ପରେ ଏବେ ସମସ୍ତଙ୍କ ମନ ପସନ୍ଦର ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଏବଂ ନେସଲେ ଇଣ୍ଡିଆ ମ୍ୟାଗିର ମୂଲ୍ୟ ବଢାଇବାକୁ ଘୋଷଣା କରିଛି। ସିଏନବିସି ୧୮ର ରିପୋର୍ଟ ଅନୁସାରେ, ଏଚୟୁଏଲ ଏବଂ ନେସଲେ ଚା,କଫି, ଦୁଗ୍ଧ ଏବଂ ନ୍ୟୁଡଲ୍ସ ପରି ଉତ୍ପାଦର ମୂଲ୍ୟ ବଢାଇବା ନେଇ ଘୋଷଣା କରିଛି।

ନେସଲେ ଇଣ୍ଡିଆ  ମ୍ୟାଗିର ଦାମକୁ ୨ ଟଙ୍କା ବୃଦ୍ଧି କରାଯାଇଛି । ନେସଲେ ଇଣ୍ଡିଆ ଅନୁସାରେ, ସୋମବାରଠୁ ମ୍ୟାଗିର ମୂଲ୍ୟରେ ୯ ପ୍ରତିଶତରୁ ବଢି ୧୬ ପ୍ରତିଶତ ହେବ । ଏଣିକି ୭୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟ ୧୨ ଟଙ୍କାରୁ ବଢି ୧୪ ଟଙ୍କା ହେବ। ଅନ୍ୟପଟେ ୧୪୦ ଗ୍ରାମ ମ୍ୟାଗି ପକଟେର ମୂଲ୍ୟରେ ୩ ଟଙ୍କା ବୃଦ୍ଧି ହେବ। ଏହାସହ ୫୬୦ ଗ୍ରାମ ପ୍ୟାକେଟ ପାଇଁ ୯୬ ଟଙ୍କା ପରିବର୍ତ୍ତେ ୧୦୫ ଟଙ୍କା ଦେବାକୁ ପଡିବ। ନେସଲେ A+ ମିଟର କାର୍ଟନର ମୂଲ୍ୟ ୭୫ ଟଙ୍କାରୁ ୪ ପ୍ରତିଶତ ବଢି ୭୮ ଟଙ୍କା ହୋଇଛି। ନେସଲେ କ୍ଲାସିକ କଫି ପାଉଡରର ମୂଲ୍ୟ ୩ରୁ ୭ ପ୍ରତିଶତ ବୃଦ୍ଧି ହୋଇଛି। ନେସଲେ କ୍ଲାସିକର ୨୫ ଗ୍ରାମ ପ୍ୟାକରେ ୨.୫ ପ୍ରତିଶତ ବୃଦ୍ଧି କରାଯାଇଛି।
ଏଚୟୁଏଲ କହିଛି, କମ୍ପାନୀ ମୁଦ୍ରାସ୍ପୀତି ଯୋଗୁଁ ଚାପରେ ରହିଥିଲେ। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,ଫେବୃଆରୀ ମାସରେ ହୋଲସେଲ ମୁଦ୍ରାସ୍ପୀତି ୧୩.୧୧%କୁ ବୃଦ୍ଧି ପାଇଛି । ଜାନୁଆରୀ ମାସରେ ଏହା ୧୨.୯୬% ଥିଲା । ଫେବୃଆରୀ୨୦୨୧ ରେ ହୋଲସେଲ ମୁଦ୍ରାସ୍ପୀତି ମାତ୍ର ୪.୮୩% ରେକର୍ଡ କରାଯାଇଥିଲା । ଦରବୃଦ୍ଧି କାରଣରୁ ଏହି ମୂଲ୍ୟ ବଢାଇବା ନିଷ୍ପତ୍ତି ନିଆଯାଇଛି।
Show More

Related Articles

Back to top button