Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଓଡ଼ିଶାରେ ଜାରି ରହିଛି ଶୀତ ଲହରି । ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି ।

ଓଡ଼ିଶାରେ ଜାରି ରହିଛି ଶୀତ ଲହରି । ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୮.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ପଶ୍ଚିମ ଓଡ଼ିଶାରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଜାଡ । ଦାରିଙ୍ଗିବାଡ଼ିରେ ୯, ଫୁଲବାଣୀ ୧୦, ଅନୁଗୁଳରେ ୧୦ ଓ ଭବାନୀପାଟଣାରେ ରେକର୍ଡ କରାଯାଇଛି ୧୦.୮ ଡିଗ୍ରୀ ସେଲେସିୟସ୍ ତାପମାତ୍ରା । ଝାରସୁଗୁଡ଼ାରେ ୧୧.୮, ତାଳଚେରରେ ୧୨, କେନ୍ଦୁଝରରେ ୧୨.୮, ସୁନ୍ଦରଗଡ଼ରେ ୧୩, ବଲାଙ୍ଗିରରେ ସର୍ବନିମ୍ନ ତାପମାତ୍ରା ରହିଛି ୧୩.୨ ଡିଗ୍ରୀ ସେଲସୟିସ୍ ।

କୋରାପୁଟରେ ୧୩.୨, ବାରିପଦାରେ ୧୪, ହୀରାକୁଦରେ ୧୪.୧, ସମ୍ୱଲପୁରରେ ୧୪.୨, ଟିଟିଲାଗଡ଼ରେ ୧୪.୨ ଓ ବୌଦ୍ଧାରେ ତାପମାତ୍ରା ରହିଛି ୧୪.୫ ଡିଗ୍ରୀ ସେଲସିୟସ୍ । ସେହିପରି କଟକରେ ୧୫ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆହୁରି ୩-୪ ଦିନ ଶୀତ ଲହରି ଜାରି ରହିବ ଓ ବଢିବ ଜାଡ ।

Show More

Related Articles

Back to top button