ସ୍ୱାସ୍ଥ୍ୟ

ନଡ଼ିଆ ଗଛରେ ଘରୋଇ ଚିକିତ୍ସା

ଆସନ୍ତୁ ପଢିବା ଓ ଜାଣିବା କିପରି-

ନଡ଼ିଆ ସହିତ ସମସ୍ତେ ପରିଚିତ l ଏହାକୁ ଆମେ ପାକଳ ନହୋଇଥିବା ଅବସ୍ଥାରେ ପଇଡ ରୂପରେ ବ୍ୟବହାର କରିଥାଉ ଓ ଶୁଖିଗଲା ପରେ ନଡ଼ିଆ ଭାବରେ ବ୍ୟବହାର କରୁ l ସମସ୍ତ ଶୁଭ ,ଅଶୁଭ କାର୍ଯ୍ୟରେ ନଡ଼ିଆ ଓ ପଇଡ଼ର ବ୍ୟବହାର ହୋଇଥାଏ l ଏହାର ପତ୍ରରୁ ଝାଡୁ ତିଆରି କରାଯାଇ ବ୍ୟବହାର ହୋଇଥାଏ ଓ ନଡ଼ିଆ କତାକୁ ବିଭିନ୍ନ ପ୍ରକାରର ଘରସଯ ଜିନିଷରେ ସହିତ ଘରେ ବ୍ୟବହାର ହେଉଥିବା ଜିନିଷ ତିଆରି କରାଯାଏ l

* ପେଟ ରୋଗ ପାଇଁ ହିତକର -ପଇଡ ପାଣିକୁ ପିଇଲେ ତୃଷା ନିବାରଣ ହେବ ସହିତ ଏସିଡ଼ିଟି ,ଗ୍ୟାସ ବଦହଜମି ଓ ପେଟ ସହିତ ଜଡିତ ଥିବା ବିଭିନ୍ନ ରୋଗ ଦୂର ହୋଇଥାଏ l ଡାଇରିଆ ସମୟରେ ଶରୀରର ଦୁର୍ବଳ ଲାଗୁଥିଲେବି ପଇଡ ପାଣି ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l

* ପରିସ୍ରା ପୋଡା -ନଡ଼ିଆ ଗଛର ଫୁଲକୁ ପାଞ୍ଚଗ୍ରାମ ନିଅନ୍ତୁ ଓ ଏହାକୁ ଚାଉଳ ଧୁଆ ପାଣିରେ ବାଟି ସେବନ କରିବା ଦ୍ୱାରା ପରିସ୍ରା ପୋଡା ଠିକ ହୋଇ ଯାଇଥାଏ l ଏହାକୁ ଖାଲି ପେଟରେ ସକାଳୁ ଖାଇବା ଆବଶ୍ୟକ l

* ଅର୍ଶ ରୋଗ – ଶୁଖିଲା ନଡ଼ିଆ କତାକୁ ପୋଡି ପାଉଁଶ କରନ୍ତୁ ,ଏହାପରେ ଏହାକୁ ଏକ ଚାମଚ ନେଇ ଘୋଳ ଦହିରେ ମିଶାଇ ଦିନକୁ ତିନିଥର ସକାଳେ ,ଦୁଇପହରେ ଓ ସନ୍ଧ୍ୟା ବେଳେ ସେବନ କରିବା ଦ୍ୱାରା ଅର୍ଶ ରୋଗ ଭଲ ହୋଇଥାଏ l

* ମୁଣ୍ଡ ବିନ୍ଧା ହେଉଥିଲେ ନଡ଼ିଆ ତେଲରେ ପିସ୍ତା ବାଦାମକୁ ବାଟି ମଥାରେ ଲେପ ଦେବା ଦ୍ୱାରା ମୁଣ୍ଡ ବିନ୍ଧା ଭଲ ହୋଇଯାଇଥାଏ l ଯଦି ଥଣ୍ଡା ହୋଇ ନାକରୁ ପାଣି ବାହାରି ମୁଣ୍ଡ ବିନ୍ଧୁଚି ତେବେ ନଡ଼ିଆ କଟାକୁ ଦେଶୀ ଘିଅ ମାରି ଜଳାଇ ଶୁଣ୍ଢିବ ଦ୍ୱାରା ମୁଣ୍ଡବିନ୍ଧା କମି ଯାଇଥାଏ l

* କୋଲେଷ୍ଟ୍ରଲ ବୃଦ୍ଧି -ଯଦି ଆପଣଙ୍କର କୋଲେସରଳ ସବୁବେଳେ ବଢି ରହୁଛି ତେବେ ପ୍ରତେକ ଦିନ ୨୫ ଗ୍ରାମ ମାତ୍ରାରେ ନଡ଼ିଆ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସାମାନ୍ୟ ହୋଇଯାଇଥାଏ ,ତାସାହିତ ଆଣ୍ଠୁଗଣ୍ଠି ଦରଜ ମଧ୍ୟ କମି ଯାଇଥାଏ l

Show More

Related Articles

Back to top button