ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି ମହଙ୍ଗା ହେଲା ସିଏନଜି,କିଲୋ ପ୍ରତି ୬ଟଙ୍କା ବୃଦ୍ଧି

ଦିନକୁ ଦିନ ଅତ୍ୟାବଶକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟାଠାରୁ ଆରମ୍ଭ କରି ଇନ୍ଧନ ପର୍ଯ୍ୟନ୍ତ ସବୁ ପଦାର୍ଥର ଦର ଆକାଶଛୁଆଁ । ଏହାରି ମଧ୍ୟରେ ପୁଣି ଆଜି ସିଏନଜି ଦର ବୃଦ୍ଧି ପାଇଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ପେଟ୍ରୋଲ ଓ ଡିଜେଲର ଦରଦାମ୍ ସ୍ଥିର ରହିଥିବାବେଳେ ମୁମ୍ବାଇ ସହରର ଗ୍ୟାସ ବିତରକ ମହାନଗର ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ସିଏନଜି ଦାମ୍‌ ବୃଦ୍ଧି କରାଯାଇଛି । ଏଣିକି ସିଏନଜି ଦାମ୍ କିଲୋ ପ୍ରତି ୬ଟଙ୍କା ଅଧିକ ଦେବାକୁ ପଡିବ ।

ସୂଚନା ଥାଉ କି , ଚଳିତବର୍ଷ ଏପ୍ରିଲ ମାସ ପର ଠାରୁ ସିଏନଜି ଦାମ ୬ ଥର ବୃଦ୍ଧି ଘଟିଲାଣି। ସିଏନଜି ଦାମ୍‌ କିଲୋପ୍ରତି ୮୬ ଟଙ୍କା ଏବଂ ଘେରାଇ ପିଏନଜି ଦାମ୍‌ ପ୍ରତିୟୁନିଟ୍‌ ୫୨.୫୦ ଟଙ୍କା ଦେବାକୁ ହେବ। ନିକଟରେ ଲକ୍ଷ୍ମୌରେ ସିଏନଜି ଦାମ୍‌ ବଢିଥିଲା। ଗ୍ରୀନ ଗ୍ୟାସ ଲିମିଟେଡ୍‌ରେ ଲକ୍ଷ୍ମୌ ଏବଂ ଉନ୍ନାଓରେ ସିଏନଜି ଦାମ୍‌ ପ୍ରତି କିଲୋ ୫.୩ ଟଙ୍କା ରହିଥିଲା। ଏହାପରେ ଲକ୍ଷ୍ମୌରେ ସିଏନଜି ଦାମ୍‌ ୯୬.୧୦ ଟଙ୍କା ଏବଂ ଉନ୍ନାଓରେ ୯୭.୫୫ ଟଙ୍କା ପ୍ରତି କିଲୋ ମିଳୁଛି। ଏଠାରେ ସିଏନଜି ଦାମ୍‌ ପେଟ୍ରୋଲ ଓ ଡିଜେଲ ଦାମ୍‌ ପାଖାପାଖି ହୋଇଗଲାଣି।

Show More

Related Articles

Back to top button