ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ମାର୍ଗଦର୍ଶିକା ଜାରି

କୋଭିଡ ମହାମାରୀ ପରେ ଦେଶରେ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ । ଏନେଇ କେନ୍ଦ୍ର ସରକାର ତତ୍ପର ହୋଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ତେବେ ଏଥିରେ କଣ କରିବା ଉଚିତ୍ ଏବଂ ଅନୁଚିତ୍ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି । ମାର୍ଗଦର୍ଶିକାରେ କୁହାଯାଇଛି ଯଦି କେହି ବ୍ୟକ୍ତି ଏହି ଭୂତାଣୁର ସଂସ୍ପର୍ଷରେ ଆସିଥିବା ଲୋକ ସହ ବାରମ୍ବାର ସମ୍ପର୍କରେ ଆସିଥାନ୍ତି ତେବେ ମଙ୍କିପକ୍ସ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁଯାୟୀ , ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଉଚିତ୍ । ସମସ୍ତ ବ୍ୟକ୍ତି ସାନିଟାଇଜର, ସାବୁନ କିମ୍ବା ପାଣିରେ ହାତ ଧୋଇବାକୁ ପରାମର୍ଶ । ମାସ୍କ ପରିଧାନ ସହ ଗ୍ଲୋବସର ବ୍ୟବହାର କରିବା ଉଚିତ୍ । ଏହାବ୍ୟାତୀତ ଚତୁପାର୍ଶ୍ୱ ପରିବେଶକୁ ସଫା ରଖିବାକୁ ମଧ୍ୟ କୁହାଯାଇଛି।

ସେହିପରି  ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ଯେକୌଣସି ସାମଗ୍ରୀ ଅନ୍ୟ ମାନଙ୍କୁ ବ୍ୟବହାର କରିବାକୁ ବାରଣ କରାଯାଇଛି । ସଂକ୍ରମିତଙ୍କୁ ସାର୍ବଜନୀନସ୍ଥାନ, କାର୍ଯ୍ୟକ୍ରମକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।

Show More

Related Articles

Back to top button