ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ତାଙ୍କର କାର୍ଯ୍ୟସୂଚୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଗସ୍ତ ଅବସରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ଵରେ ୧୬ ପ୍ଲାଟୁନ ପୋଲିସ ଫୋର୍ସର ବନ୍ଦୋବସ୍ତ କରାଯାଇଛି । ସେହିପରି ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଲାଗି ୩ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଡିଏସପି, ୮ ଇନ୍ସପେକ୍ଟର, ୬୫ ଏସଆଇ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ୧୩୨ଜଣ ହୋମଗାର୍ଡ ମଧ୍ୟ ମୁତୟନ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ତାଙ୍କ ନିବାସରୁ ପୂର୍ବାହ୍ଣ ୯ ୪୦ମିନିଟରେ ବାହାରି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଆସି ବାରିପଦା ଛଉପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ଼ରେ ୧୧ଟାରେ ପହଞ୍ଚିବେ । ପ୍ରଥମେ ସେ ସହିଦ ସ୍ମୃତିଭବନରେ ପହଞ୍ଚିବେ। ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ସ୍ବାଗତ ଅଭିଭାଷଣ ପ୍ରଦାନ କରିବେ। ଏହା ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଉଦବୋଧନ ଦେବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଶକ୍ତି, ଉଦ୍ୟୋଗ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, କେନ୍ଦ୍ର ଜଳଶକ୍ତି ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଏକ ୪ମିନିଟର ଭିଡ଼ିଓ ପ୍ରଦର୍ଶନ ହେବ । ୧୧ଟା ୨୯ ମିନିଟରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ କରିବାରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ଶେଷରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିବେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button