ଓଡ଼ିଶାଦେଶ ବିଦେଶସ୍ୱାସ୍ଥ୍ୟ

ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ

ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର

ଶୁକ୍ରବାରଠୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ କୋଟିଏ ୪୦ ଲକ୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ ଲକ୍ଷ ଟିକାକରଣ ହୋଇଛି । ୨୨ ଲକ୍ଷ ଟିକା ମହଜୁଦ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨୪ ଲକ୍ଷ ଲୋକ ଏବେ ବି ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

Show More

Related Articles

Back to top button