ଓଡ଼ିଶାମୁଖ୍ୟ ଖବର

ନବୀନ ବାଣ୍ଟିଲେ ସ୍ମାର୍ଟ ହେଲ୍ଥ କାର୍ଡ

ପ୍ରତି ପରିବାର ପାଇଁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ମାଲକାନଗିରିରେ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ମାଲକାନଗିରି ଗସ୍ତରେ ଅଛନ୍ତି । ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟାଯିବ । ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ ଲକ୍ଷ୍ୟ ରଖାଯାଇଛି ।ମାଲକାନଗିରି ଜିଲ୍ଲାରେ ୩୮୧ଟି ସ୍ମାର୍ଟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ମିଳିବ । ମାଲକାନଗିରିରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମାଲକାନଗିରିର ଜଣେ ଝିଅର ଅନୁରୋଧ ମୋତେ ପ୍ରଭାବିତ କରିଥିଲା । ସେଇ ମାଲକାନଗିରିରୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହେଲା । ଚିକିତ୍ସା ପାଇଁ ଲୋକେ ଜମି ବିକନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି । ଏହା ମୋତେ ଭାରି ଦୁଃଖ ଦିଏ । ସେମାନଙ୍କ ଦୁଃଖ ଦୂର ପାଇଁ ଏ ବ୍ୟବସ୍ଥା କରାଯାଇଛି । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସବୁ ଓଡ଼ିଶାବାସୀ ମୋ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Show More

Related Articles

Back to top button