Breaking PLUSଓଡ଼ିଶା

ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି । ୮ଜଣଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ସାମିଲ ଅଛନ୍ତି । ନିକଟରେ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ବିପୁଳ ସମ୍ପତ୍ତି ଠାବ ସହ ରାମ ଓ ଭାଇ ଲକ୍ଷ୍ମଣଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ତେବେ ଆଉ କେଉଁମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଆସନ୍ତୁ ଜାଣିବା-

ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ମହାନ୍ତି, ବରଗଡ଼ ଅମ୍ବାଭୋନାର ବିଡିଓ ଆଲଫୋନ୍ସ ବିଲୁଙ୍ଗ, କେନ୍ଦୁଝର ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ଲାଞ୍ଜିଗଡ଼ ବ୍ଲକ ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ରଥ, ଦେବଗଡ଼ର ପୂର୍ବତନ ଅବକାରୀ ଉପଅଧୀକ୍ଷକ ଅଜିତ ମହାପାତ୍ର, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କ୍ୟାସିୟର ପ୍ରଭାକର ପ୍ରଧାନ ।

ଏଯାଏଁ ରାଜ୍ୟରେ ୧୩୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାଯାଇଛି ।

Show More

Related Articles

Back to top button