Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ ବିଟିଂ ରିଟ୍ରିଟ ସହିତ 75ତମ ଗଣତନ୍ତ୍ର ଦିବସ ସମାରୋହର ଔପଚାରିକ ସମାପନ

ନୂଆଦିଲ୍ଲୀ, 29 ଜାନୁୟାରୀ – ରାଜଧାନୀ ଦିଲ୍ଲୀର ରାଇସିନା ହିଲ୍ସ ସ୍ଥିତ ଐତିହାସିକ ବିଜୟ ଚୌକରେ ଆଜି ସନ୍ଧ୍ୟାରେ ବିଟିଂ ରିଟ୍ରିଟ୍ ସହିତ 75ତମ ଗଣତନ୍ତ୍ର ଦିବସ ସମାରୋହର ଔପଚାରିକ ସମାପନ ହେବ । ସୂର୍ଯ୍ୟାସ୍ତ ପୂର୍ବରୁ ଭାରତୀୟ ସ୍ଥଳସେନା, ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ସଙ୍ଗୀତ ବ୍ୟାଣ୍ଡ ଦେଶର ପ୍ରତିଷ୍ଠିତ ଦର୍ଶକଙ୍କ ସମ୍ମୁଖରେ 31 ମନମୋହନ ଧୁନ ବଜାଇବେ । ଏହି ଅବସରରେ ରାଷ୍ଟ୍ରପତି ତଥା ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ସାଧାରଣ ଲୋକେ ଉପସ୍ଥିତ ରହିବେ ।

Show More

Related Articles

Back to top button