Breaking PLUSମୁଖ୍ୟ ଖବର

ମଣ୍ଡି ବୁଲିବ ସେଣ୍ଟ୍ରାଲ ସ୍କ୍ୱାର୍ଡ- ଅତନୁ ସବ୍ୟସାଚୀ

ଭୁବନେଶ୍ୱର, 26 ନଭେମ୍ବର – ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କୁ ହତାଶ କରିଛି । ତେବେ ଧାନ ମଣ୍ଡି ଅଵ୍ୟଵସ୍ଥା ନେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମଣ୍ଡି ବୁଲିବ ସେଣ୍ଟ୍ରାଲ ସ୍କ୍ୱାର୍ଡ । ଧାନ ବିକ୍ରିର 48 ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ ।
ମିଲରଙ୍କୁ ମଧ୍ୟ କରାଯାଇଛି ତାଗିଦ କରାଯାଇଛି । ବିଭାଗୀୟ ଅଧିକାରୀ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଗତବର୍ଷ କୌଣସି ମଣ୍ଡିରେ କୌଣସି ଅବ୍ୟବସ୍ଥା ନଥିଲା । ଗତ 21 ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଧାନ ବିକ୍ରି ପରେ 48 ଘଣ୍ଟା ଭିତରେ ଚାଷୀ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରାହେଇଛି । ଏପର୍ଯ୍ୟନ୍ତ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିନି । ସେଣ୍ଟ୍ରାଲ ସ୍କ୍ୱାର୍ଡ ମଣ୍ଡି ବୁଲି ଯାଞ୍ଚ କରିବେ । ସିନିଅର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅବ୍ୟବସ୍ଥା ଅଭିଯୋଗ ଆସିଲେ ସ୍କ୍ୱାର୍ଡ ତଦନ୍ତ କରିବ । ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ମଧ୍ୟ ଲଗାଯାଇଛି । ଚାଷୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହେଇଛି ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Show More

Related Articles

Back to top button