Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସିଇସି: ଜୁଲାଇ ୮ରୁ ସୃଷ୍ଟି ହେବ ଲଘୁଚାପ

ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।

ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି । ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍‌ମେଂଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ କରିଥିଲେ । ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button