Breaking PLUSଓଡ଼ିଶାମୁଖ୍ୟ ଖବର

କାର ଉପରକୁ ଗୁଳି ଚଳାଇବା ଘଟଣା, 6 ଗିରଫ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଟୋଲ୍ ଗେଟ୍ ନିକଟରେ ଚଳନ୍ତା କାର୍ ଉପରକୁ ଗୁଳି ଫୁଟାଇ ଲୁଟ୍ ଘଟଣାରେ ୬ ଆନ୍ତଃରାଜ୍ୟ ଲୁଟେରାଙ୍କୁ ତୁରୁମୁଙ୍ଗା ପୁଲିସ ଗିରଫ କରିଛି। ଏହା ସହ ୨ଟି ପିସ୍ତଲ, ୮ଟି ଜୀବନ୍ତ ଗୁଳି ଓ ୫ଟି ମୋବାଇଲ ସେଟ୍ ଜବତ କରାଯାଇଛି। ଲୁଟ୍‌ରେ‌ ବ୍ୟବହାର ହେଉଥିବା ଗୋଟିଏ ବୁଲେଟ, ଦୁଇଟି ବାଇକ୍ ଓ ଗୋଟିଏ ଟାଟା ଡାଇକର ଗାଡ଼ି ଜବତ କରିଛି ପୁଲିସ।
ସୂଚନା ଅନୁଯାୟୀ, ଗତ ରବିବାର ଭୋରରୁ ରାଇରଙ୍ଗପୁର ବାଦଳା ଅଞ୍ଚଳର ସେକ୍ ଅହମ୍ମଦ ହୁସେନ ଅନୁଗୁଳରୁ ବନ୍ଧୁ ଘରୁ କାର ଯୋଗେ ଡ୍ରାଇଭର ସହ ଫେରୁଥିବା ସମୟରେ କେନ୍ଦୁଝର ପଟରୁ ଏକ ଟାଟା ଡାଇକର ଓ ବାଇକରେ ୧୩ ଜଣ ଦୁର୍ବୃତ୍ତ ଆସି ତାଙ୍କ କାରକୁ ପିଛା କରିଥିଲେ। ଏହାପରେ ଖିରେଇଟାଙ୍ଗିରୀ ଟୋଲଗେଟ ନିକଟରେ ଦୁର୍ବୃତ୍ତମାନେ ତାଙ୍କ କାର୍ ଉପରକୁ ଗୁଳି କରି ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ଘଟଣାରେ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୬ଜଣ ଲୁଟେରାଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଫେରାର ଲୁଟେରାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚମ୍ଫୁଆ ଏସଡିପିଓ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ତୁରୁମୁଙ୍ଗା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ଓ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଉପସ୍ଥିତ ରହିଥିଲେ ।

Show More

Related Articles

Back to top button