Breaking PLUSଓଡ଼ିଶାମୁଖ୍ୟ ଖବର

ଡିଭାଇଡରରେ ପିଟିହେଲା କାର, ବାପ-ଝିଅ ମୃତ,3 ଗୁରୁତର

ଭଣ୍ଡାରିପୋଖରୀ- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକ୍ ୧୬ ନମ୍ବର ଜାତୀୟ ରାଜପଥର ଯଶଟିକିରି ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ଗାଡିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, କାର୍‌ଟି ପୁରୀରୁ ଭଦ୍ରକ ଦିଗକୁ ଆସୁଥିବାବେଳେ ଯଶଟିକିରି ନିକଟରେ ମଧ୍ୟାହ୍ନ ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିରେ ଥିବା ଏକ ଶିଶୁ ଓ ତା’ର ବାପା ଉଭୟଙ୍କର ମୃତ୍ୟୁ ଘଟିଛି। ଚାଳକ ସମେତ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button