ସ୍ୱାସ୍ଥ୍ୟ

ଶିମ୍ଲା ମିର୍ଚ୍ଚ ଖାଆନ୍ତୁ ତ୍ୱଚାର ସୌନ୍ଦର୍ଯ୍ୟ , ଇମ୍ୟୁନିଟି ବଢ଼ାନ୍ତୁ ଓ ନିଜକୁ ସ୍ୱାସ୍ଥ୍ୟକର ବନାନ୍ତୁ

କ୍ୟାପିସିକମ ର ଅନ୍ୟ ନାମ ହେଉଛି ଶିମ୍ଲା ମିର୍ଚ୍ଚ , ଏହାକୁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସମସ୍ତେ ବ୍ୟବହାର କରିଥାନ୍ତି l ଏହା ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳିଥାଏ ,ଲାଲ ,ହଳଦିଆ ଓ ସବୁଜ l ଏହା ଭିଟାମିନ ରେ ଭରପୁର ଅଟେ ଓ ଅଧିକାଂଶ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ

ଔଷଧୀୟ ଗୁଣ ସହିତ ଶିମ୍ଲା ମିର୍ଚ୍ଚ ଅଧିକାଂଶ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ l ଏହା ଭିଟାମିନ ସହିତ ଖଣିଜ ତତ୍ୱ ଓ ଅନ୍ୟ ପୋଷାକ ତତ୍ତ୍ୱରେ ଭରପୁର ଅଟେ l

ଆଖି ଓ ତ୍ୱଚା ପାଇଁ ଲାଭକାରୀ -ଶିମ୍ଲା ମିର୍ଚ୍ଚ ସେବନ କଲେ ତ୍ୱଚା ସୁସ୍ଥ ରହିଥାଏ ଓ ସୁସ୍ଥ ରୁହେ l ଏଥିରେ ଭିଟାମିନ ଏ ରହିଥିବା କାରଣରୁ ଆଖି ସୁସ୍ଥ ରହିଥାଏ l ତା ସହିତ ଆଖି ରୋଗ ମଧ୍ୟ ଠିକ ହୋଇଥାଏ l

ହୃତପିଣ୍ଡ ପାଇଁ ଲାଭ ଦାୟକ -ନାଲି ରଙ୍ଗର ଶିମ୍ଲା ମିର୍ଚ୍ଚରେ ଲାଇକୋପୀନ ହୃତପିଣ୍ଡକୁ ସୁସ୍ଥ ରଖେ l ଏହା ବନସ୍ପତି ଫୋଲେଟ ଓ ଭିଟାମିନ ବି ୬ ରେ ସମୃଦ୍ଧ ଥିବା ହେତୁ ଏହା ହେମୋସିଷ୍ଟିନ ର ସ୍ତରକୁ କମ କରିଥାଏ l ଯାହାଦ୍ୱାରା ହୃଦୟ ରୋଗର ବିପଦ କମ ହୋଇଥାଏ l

ପାଚନ ରେ ସୁଧାର ଆସିଥାଏ -ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ସିମ୍ଲା ମିର୍ଚ୍ଚ ଆପଣେଇବା ଆବଶ୍ୟକ l ସିମ୍ଲା ମିର୍ଚ୍ଚ ଖାଇବା ଦ୍ୱାରା ଆପଣଙ୍କ ଫ୍ୟାଟ ବର୍ନ ହେବା ସହିତ ଓଜନ ମଧ୍ୟ ହ୍ରାସ ହୋଇଥାଏ l ତା ସହିତ ପାଚନ ପ୍ରକ୍ରିୟା ସୁସ୍ଥ ହୋଇଥାଏ l

ଇମ୍ୟୁନିଟି ବଢ଼ାଇ ଥାଏ -ନାଲି ରଙ୍ଗର ଶିମ୍ଲା ମିର୍ଚ୍ଚରେ ଭିଟାମିନ ସି ଅଧିକ ମାତ୍ରାରେ ଥିବା କାରଣରୁ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button