ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବ୍ଲାକ ଟି ନା ବ୍ଲାକ କଫି, ଆସନ୍ତୁ ଜାଣିବା କେଉଁଟି ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ

ଏହି ଶୀତଋତୁକୁ ଆମେ ପ୍ରାୟ ସମସ୍ତେ ପସନ୍ଦ କରିଥାଉ l ଶୀତଦିନରେ କଫି କିମ୍ବା ଚାହା ପିଇବାକୁ ଆରମ୍ଭ ଲାଗିଥାଏ l କାରଣ ଏହା ଆମ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ l ଏହି ପାନୀୟ ଗର୍ମ ରଖିବା ସହିତ ମଧ୍ୟ ଶରୀରକୁ ଉର୍ଜା ଯୋଗାଇଥାଏ

ଏହି ପାନୀୟକୁ ସ୍ୱାସ୍ଥ୍ୟକର କରିବା ପାଇଁ ,ଚିନ ଓ କ୍ଷୀରକୁ ତ୍ୟାଗ କରିବା ଭଲ ଉପାୟ ଅଟେ l ଯାହା ଆପଣଙ୍କୁ ବ୍ଲାକ କଫି ଓ ବ୍ଲାକ ଟି ସହିତ ସମ୍ପର୍କ ବଢାଇବାକୁ ପଡିଥାଏ l ଆମେ ଆଜି ଆପଣଙ୍କୁ ଏଠାରେ କହିବୁ ଦୁଇଟି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ପ୍ରଦ ଅଟେ l

ବ୍ଲାକ କଫି -ପ୍ରାୟ ସମସ୍ତ ଫିଟ୍ନେସ ବ୍ୟକ୍ତି ନିଜକୁ ବ୍ଲାକ କଫି ସହିତ ସୁସ୍ଥ ରଖିବା ପାଇଁ ପ୍ରତିଜ୍ଞା କରିଥାନ୍ତି l ଏହା କୁହାଯାଏ ଯେ ଜିମ୍ ଯିବାର ଠିକ ପୂର୍ବରୁ ଗୋଟିଏ କପ ବ୍ଲାକ କଫି ପିଇବା ଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ l କଫିରେ ଉଚ ମାତ୍ରାରେ କାଫିନ ଥିବା କାରଣରୁ ଆପଣଙ୍କୁ ବ୍ୟାୟାମ କରିବା ପାଇଁ ଆବଶ୍ୟକ ଉର୍ଜାର ମାତ୍ରା ପ୍ରଦାନ କରିଥାଏ l

ବ୍ଲାକ କଫିରେ ବିଭିନ୍ନ ଆଣ୍ଟିଆକ୍ସିଡେଣ୍ଟ ,ମ୍ୟାଗନେସିୟମ ଓ ପୋଟାସିୟମ ଭରି ହୋଇ ରହିଥାଏ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଯେଉଁ ଲୋକମାନେ ବ୍ଲାକ କଫି ସେବନ କରିଥାନ୍ତି ସେମାନଙ୍କ ମଧ୍ୟରେ ମୋଟାପଣ ଓ ଦ୍ୱିତୀୟ ପ୍ରକାରର ମଧୁମେହର ବିପଦ କମ ରହିଥାଏ l

ବ୍ଲାକ ଟି -ବ୍ଲାକ ଟି ରେ ମଧ୍ୟ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପଯୋଗୀ ଜିନିଷ ରହିଛି କିନ୍ତୁ ବ୍ଲାକ କଫି ତୁଳନାରେ ବ୍ଲାକ ଟି ରେ କାଫିନ ମାତ୍ରା କମ ଥାଏ l ବ୍ଲାକ ଟି ଆପଣଙ୍କର ପ୍ରତିରକ୍ଷା ଗୁଣକୁ ବଢାଇବାରେ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣାରୁ ଜଣାପଡିଛି ଯେଉଁ ବ୍ୟକ୍ତି ମାନେ ନିୟମିତ ବ୍ଲାକ ଟି ସେବନ କରନ୍ତି ସେମାନେ ଅତିରିକ୍ତ କ୍ୟାଲୋରୀ କୁ ହରାଇ ଥାନ୍ତି l

କେଉଁଟି ଉନ୍ନତ ଅଟେ -ଦୁଇଟି ଯାକ ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ ,ଏହା ସେହି ଲୋକଙ୍କ ଉପରେ ନିର୍ଭର କରିଥାଏ ଯେଉଁମାନେ ଏହାକୁ ବ୍ୟବହାର କରିବା ପାଇଁ ଇଛା କରିଥାନ୍ତି l ଯେଉଁ ଲୋକମାନେ ସକାଳୁ ବ୍ୟାୟାମ କରିବାକୁ ପସନ୍ଦ କରିଥାନ୍ତି ସେମାନେ ଗୋଟିଏ କପ ବ୍ଲାକ କଫି ପିଇବା ଦ୍ୱାରା ଭଲ ବ୍ୟାୟାମ କରି ପାରନ୍ତି l ଏଥିରେ ଥିବା କାଫିନର ମାତ୍ରା ଶରୀରକୁ ଉର୍ଜା ଯୋଗାଏ l

କିନ୍ତୁ ଯଦି ଆପଣ ଅଧିକ କାଫିନ ସେବନ କରିବାକୁ ଚାହୁଁ ନାହାନ୍ତି ତେବେ ବ୍ଲାକ ଟି ପିଇ ପାରିବେ l କିନ୍ତୁ ଚିନ୍ତାର ବିଷୟ ହେଲା ଉଚ୍ଚ ରକ୍ତଚାପ ରୋଗୀମାନେ ବ୍ଲାକ କଫି ପିଇବା ଉଚିତ ନୁହେଁ l

Show More

Related Articles

Back to top button