Breaking PLUSଦେଶ ବିଦେଶ

ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

ରିକ୍ଟର ସ୍କେଲରେ ତୀବ୍ରତା ୨.୩

ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ନାଙ୍ଗଲୋଇରେ ଏହାର ଝଟକା ଲାଗିଛି । ନ୍ୟାସନାଲ ସେଣ୍ଟର ଫର୍ ଏମରଜେନ୍ସିର ସୂଚନାଅନୂଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୨.୩ । ସକାଳ ୫ଟା ୨ ମିନିଟରେ କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ମୃତାହତ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।ଏହାପୂର୍ବରୁ ୧୭ ଡିସେମ୍ବରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଏହା ପ୍ରଭାବ ପକାଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୨ । ତେବେ ଏଥିରେ କେହି ମୃତ୍ୟୁବରଣ କରିନଥିଲେ ।

 

ଏପରି ଲଗାତର ଭାବେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।ସେହିପରି ଡିସେମ୍ବର ୨ରେ ମଧ୍ୟ ଭୂମିକମ୍ପ ହୋଇଥିଲା । ରିକ୍ଚର ସ୍କେଲରେ ଏହାର ତୀବ୍ରତା ଥିଲା ୨.୭ । ଏହି ଭୂମିକମ୍ପର କେନ୍ଦ୍ର ଥିଲା ୨.୭ । ଏପ୍ରିଲରୁ ଏବେସୁଦ୍ଧା ଦିଲ୍ଲୀରେ ୧୫ ଥର ଭୂମିକମ୍ପ ହେଲାଣି ।ବରିଷ୍ଠ ବୈଜ୍ଞାନିକଙ୍କ ଅନୁସାରେ, ଦିଲ୍ଲୀ ଓ ଏହାର ଆଖ ପାଖରେ କେତେବେଳେ ବି ବଡ ଭୂମିକମ୍ପ ହୋଇପାରେ । ଜବାହରଲାଲ ନେହେରୁ ସେଣ୍ଟର ଅଫ୍ ଆଡଭାନ୍ସଡ୍ ସାଇଣ୍ଟିଫିକ୍ ରିସର୍ଚ୍ଚର ପ୍ରଫେସର ସିପି ରାଜେନ୍ଦ୍ରନ କହିଛନ୍ତି ଯେ, ଦିଲ୍ଲୀରେ ଆଗାମୀ ଦିନରେ ବଡ ଭୂମିକମ୍ପ ଅନୁଭୂତ ହେବ ।

Show More

Related Articles

Back to top button