ଜୀବନଚର୍ଯ୍ୟା

ଚିନି ଦ୍ୱାରା ଅସରପା ଭଗେଇବା ସହିତ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାନ୍ତୁ ଏହି ଉପାୟରେ

ଘରର ସବୁଠୁ ବଡ ଆବଶ୍ୟକୀୟ ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଚିନି l ଘରେ ଯଦି ଚିନି ନଥିବ ତେବେ ରୋଷେଇ ଘରର ଅଧା ଶୋଭା କମି ଯାଇଥାଏ l ସକାଳର ଆରମ୍ଭ ଚା ସହିତ ଚିନି ଦ୍ୱାରା ହୋଇଥାଏ ,ଯେଉଁମାନେ ମଧୁମେହ ରୋଗୀ ନୁହନ୍ତି

ଆପଣ ହୁଏତ ଜାଣି ନଥିବେ ଚିନି ଆମ ପାଟିର ସ୍ୱାଦ ବଢାଇବା ସହିତ ଅନେକ ମହତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଲାଗିଥାଏ lବଗିଚାରୁ ପୋକ ଦୂର କରିବା ସହିତ ସୌନ୍ଦର୍ଯ୍ୟ ପ୍ରସାଧାନରେ କିପରି ଚିନିର ବ୍ୟବହାର ହୁଏ l ଆଜି ଆସନ୍ତୁ ଜାଣିବା ଚିନିର ବିଶେଷତ୍ୱ ବିଷୟରେ l

* ଚିନି ବିଶେଷତଃ ବଗିଚାକୁ ଆସୁଥିବା ପୋକମାନଙ୍କୁ ଭଗେଇବା ପାଇଁ ଅତି ମହତ୍ଵପୂର୍ଣ୍ଣ ଅଟେ l ଯଦି ଆପଣଙ୍କ ବଗିଚାରେ ପୋକ ହେଇଛନ୍ତି ତେବେ ଆପଣ ଚିନି ସହିତ ଅଣ୍ଡା ଖୋଳକୁ ଗୁଣ୍ଡକରି ମିଶାଇ ପକାଇବା ଦ୍ୱାରା ପୋକ ଦୂର ହୋଇଯିବେ l ଏହି ଉପାୟ ପୋକ ମାନଙ୍କୁ ବଗିଚା ରୁ ଦୂର କରିବା ପାଇଁ ଅତ୍ୟନ୍ତ ଉପଯୋଗୀ l

* ଆମ ମାନଙ୍କର ରୋଷେଇ ଘରେ ଅସରପା ସମସ୍ୟା ଏକ ସାଧାରଣ ସମସ୍ୟା ଅଟେ l କିନ୍ତୁ ଏହା ଶରୀର ପାଇଁ ଠିକ ପ୍ରଭାବ ପକାଇ ନଥାଏ l ଏପରି ସ୍ଥଳେ ଆପଣ ଚିନି ସହିତ ବେକିଂ ପାଉଡର ମିଶାଇ ତାହାକୁ ଚାରିଆଡ ପକାଇ ଦେବେ ,ଅସରପା ଚିନିର ବାସ୍ନା ଦ୍ୱାରା ନିକଟକୁ ଆସିବେ ଓ ବେକିଂ ପାଉଡର ଖାଇବା ଦ୍ୱାରା ମରିଯିବେ l

* ଗ୍ରୀଷ୍ମ ପ୍ରଭାବରେ ତ୍ୱଚାରେ ଟାନିଙ୍ଗ ଦେଖାଯାଇଥାଏ l ଆପଣ ନଡ଼ିଆ ତେଲରେ ଚିନି ମିଶାଇ ତ୍ୱଚାରେ ମାଲିସ କରିବେ ଓ କିଛି ସମୟ ପରେ ଥଣ୍ଡା ପାଣିରେ ଗାଧୋଇବେ l ଆପଣଙ୍କ ତ୍ୱଚା ସତେଜ ଲାଗିବା ସହିତ ଟାନିଙ୍ଗ ସମସ୍ୟା ମଧ୍ୟ ଦୂର ହେବ l

* ଗଛ ମାନଙ୍କ ର ବଢିବା ପାଇଁ ଆପଣ ଚିନିର ବ୍ୟବହାର କରିପାରିବେ l ଆପଣ ଦୁଇଚାମଚ ଧଳା ଭିନେଗାର ,ତିନି ଚାମଚ ଚିନି ୧ /୪ କପ ପାଣି ମିଶାଇ ଗୋଟିଏ ଘୋଳ ପ୍ରସ୍ତୁତ କରନ୍ତୁ l ଏହାକୁ ଗଛ ଉପରେ ଛିଞ୍ଚି ଦିଅନ୍ତୁ l ଏପରି କରିବା ଦ୍ୱାରା ଗଛ ମାନଙ୍କର ଭଲ ବୃଦ୍ଧି ହୋଇଥାଏ l

Show More

Related Articles

Back to top button