ଦେଶ ବିଦେଶ

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ଭୁଲ କରନ୍ତୁ ନାହିଁ ,ହୋଇପାରେ ଧନହାନୀ

ଆମେ ନିଜର ଘରେ କିପରି ରହିଥାଉ ,ନିଜର ଦିନଚର୍ଯ୍ୟା କିପରି କରିଥାଉ ,ଓ ପ୍ରତେକ କାର୍ଯ୍ୟ କିଭଳି ଭାବରେ କରିଥାଉ ତାହା ଆମର ଜୀବନର ବାସ୍ତୁ ସମ୍ବନ୍ଧୀୟ ଅଟେ l ଆମେ ଯଦି କୌଣସି କାର୍ଯ୍ୟକୁ ଭୁଲ ଭାବରେ କରିଥାଉ ତାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ

ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ l

* ଯଦି ଆପଣଙ୍କର ଅଭ୍ୟାସ ରହିଛି ଖଟ ତଳେ ଅଳିଆ ଆବର୍ଜନା ରଖିବା ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ l ଏହା କରିବା ଦ୍ୱାରା ବାସ୍ତୁ ଉପରେ ଖରାପ ପ୍ରଭାବ ପକାଇଥାଏ l ଖଟ ତଳ ସବୁବେଳେ ସଫା ରଖିବା ଆବଶ୍ୟକ l ଯଦି ଆପଣ ଏଭଳି କରୁଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ପ୍ରଭାବ ପଡିବ l

* ବେଳେବେଳେ ଆମେ କାମ ପ୍ରଭାବରୁ ଝାଡ଼ୁକୁ କଚାଡି ଫିଙ୍ଗି ଥାଉ l ଏହା ଠିକ ନୁହେଁ ,ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଥାଏ l ଝାଡ଼ୁର ସମ୍ମାନ କରିବା ଆବଶ୍ୟକ l ଧିର ଭାବରେ ଗୋଟିଏ କୋଣରେ ରଖିବା ଉଚିତ ଯେଭଳି ବାହାରୁ ଆସୁଥିବା ବ୍ୟକ୍ତି ଦେଖି ପାରିବ ନାହିଁ l

* ଭୁଲରେ ସୁଦ୍ଧା ନିଜର ଆଲମାରୀ ର ମୁହଁ ଦକ୍ଷିଣ ଦିଗକୁ କରିବା ଉଚିତ ନୁହେଁ l ଏଭଳି ମାନ୍ୟତା ରହିଛି ଯେ ଅlଲମାରୀର ମୁହଁ ଦକ୍ଷିଣ ଦିଗକୁ ରହିବା ଦ୍ୱାରା ଧନ ହାନି ହୋଇଥାଏ l

* ଯଦି ଆପଣଙ୍କ ଘରେ ବୁଢିଆଣୀ ଜାଲ କରିଛି ତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ l ଯଦି ଘରେ ବୁଢିଆଣୀ ଜାଲ ଲାଗେ ତେବେ ଉନ୍ନତିରେ ବାଧା ଉପୁଜି ଥାଏ l ଏଭଳି କୁହାଯାଏ ଯେ ଯେଉଁ ଘର ସଫା ସୁତୁରା ରୁହେ ସେଠାରେ ଲକ୍ଷ୍ମୀ ବାସ କରନ୍ତି l

Show More

Related Articles

Back to top button