Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଗ୍ରୀଷ୍ମର ପ୍ରକୋପରେ ଛଟପଟ ରାଜ୍ୟବାସୀ

୪୦ ଡିଗ୍ରୀ ଉପରେ ୯ ସହର

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମର ପ୍ରକୋପ। ଦାଉ ଦାଉ ଖରାରେ ଡହଳବିକଳ ଜନଜୀବନ। ଅସ୍ତବ୍ୟସ୍ତ ସାଧାରଣ ଜୀବନ। ଦିନ ବେଳେ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ଏହିକ୍ରମରେ ଶନିବାର ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୧.୫ ଡିଗ୍ରୀ ସହ ବଲାଙ୍ଗିର ଏବଂ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡାରେ ୪୧.୪ ଡିଗ୍ରୀ, ଟିଟିଲାଗଡ

ଏବଂ ବାରିପଦାରେ ତାପମାତ୍ରାରେ ୪୧ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ଅନୁଗୁଳରେ ୪୦.୭ ଡିଗ୍ରୀ, ତାଳଚେରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୬.୮ ଡିଗ୍ରୀ ଏବଂ କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button