ବଲିଉଡମନୋରଞ୍ଜନ

ପୃଥ୍ବୀରାଜ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଚିଲ୍ଳର

ନିଜର ବିଗ୍‌ ପ୍ରୋଜେକ୍ଟକୁ ନେଇ ବେଶ ଉତ୍ସାହିତ

ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ‘ପୃଥ୍ୱିରାଜ’ର ଟିଜର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି। ଏହି ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହି ଫିଲ୍ମଟି ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର । ସେ ପୃଥ୍ୱିରାଜ ଭୂମିକାରେ ଅଭିନୟ କରିଥିବା ବେଳେ ୨୦୧୭ର ମିସ୍ ୱାର୍ଲଡ ମାନୁଷୀ ଚିଲ୍ଲର ରାଜକୁମାରୀ ସଂୟୋଗୀତା ଭୂମିକାରେ ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏନେଇ ମାନୁଷି କହିଛନ୍ତି ‘ପୃଥ୍ୱିରାଜ’ଠାରୁ ତାଙ୍କୁ ବଡ ଡେବ୍ୟୁ ହୁଏତ ମିଳିନ ଥାଆନ୍ତା ।

ଏଥିରେ ସେ ୟଶରାଜ ଫିଲ୍ମକୁ ଧନ୍ୟବାଦ ଦେବା ସହ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଗୋଟିଏ ଐତିହାସିକ ଚରିତ୍ରରେ ଅଭିନୟ କରିପାରିବେ ଏହା ନିର୍ଦ୍ଦେଶକଙ୍କୁ ଠିକ୍ ଲାଗିଲା ତାହା ତାଙ୍କ ପାଇଁ ବଡ ଉପହାର ବୋଲି ମାନୁଷୀ କହିଛନ୍ତି । ତେବେ ଏହି ଚରିତ୍ର ପାଇଁ ସେ ତାଙ୍କର ସମସ୍ତ ପରିଶ୍ରମ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ତାଙ୍କ ପରିବାରକୁ ଗୌରାବାନ୍ୱିତ କରିବ ବୋଲି ମାନୁଷୀ ଆଶା ରଖିଛନ୍ତି । ଏହା ବ୍ୟତୀତ ମାନୁଷୀ କହିଛନ୍ତି ଯେ ପୃଥ୍ୱିରାଜ ଦର୍ଶକଙ୍କୁ ପ୍ରତିଷ୍ଠିତ ପ୍ରେମ, ମହାନ ବୀରତା, ଓ ଅଦମ୍ୟ ସାହସର କାହାଣୀ ସହ ମନୋରଞ୍ଜନ ଆଡକୁ ଆକୃଷ୍ଟ କରିବ । ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିବ ବୋଲି ମଧ୍ୟ ସେ ଆଶା କରିଛନ୍ତି ।

Show More

Related Articles

Back to top button