ବଲିଉଡମନୋରଞ୍ଜନସେଲିବ୍ରିଟି

ସୋସିଆଲ ମିଡିଆକୁ ଫେରିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ

ସେୟାର କଲେ ପ୍ରଥମ ପୋଷ୍ଟ

ଡ୍ରଗ୍ସ ମାମଲାରେ ଷ୍ଟାର କିଡ ତଥା ବଲିଉଡ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ଗତ କିଛିଦିନ ହେବ ସେ ସୋସିଆଲ ମିଡିଆଠାରୁ ବି ଦୂରେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି ପାଳନ କରି ନ ଥିଲେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଅନନ୍ୟା ସୋସିଆଲ ମିଡିଆକୁ ଫେରିଛନ୍ତି । ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରି ପୁଣି ଥରେ ତାଙ୍କ ଫ୍ୟାନମାନଙ୍କ ନିକଟତର ହୋଇଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି । ଏହା ବ୍ୟତୀତ କ୍ୟାପଶନରେ ମଧ୍ୟ ବହୁତ କିଛି କହିବାକୁ ଚେଷ୍ଟା କରିଛନ୍ତି । ଏନେଇ ଅନନ୍ୟା ତାଙ୍କ କ୍ୟାପଶନରେ ଲେଖିଛନ୍ତି ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ ।

ତେବେ ଅନନ୍ୟା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି। ଏହା ସହ ଅନେକ ସେଲିବ୍ରିଟିମାନେ ମଧ୍ୟ ନିଜର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ପ୍ରକାଶ ଥାଉକି, ଏନସିବି ଅନନ୍ୟାଙ୍କ ବିରୋଧରେ ଏପରି କ କୌଣସି ପ୍ରମାଣ ପାଇନାହିଁ, ଯେଉଁଥି ପାଇଁ ଅଭିନେତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ବର୍ତ୍ତମାନ, ଅନନ୍ୟା ତାଙ୍କ କାମକୁ ଜୀବନରେ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଷ୍ଟାର କିଡଙ୍କ ଡ୍ରଗ୍ସ ମାମଲା ସହ କନେକଶନକୁ ନେଇ ଚର୍ଚ୍ଚାରେ ରହିବା ଘଟଣା ପରେ ଏବେ ପୁଣିଥରେ ଲାଇମ ଲାଇଟକୁ ଆସି ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ଅନନ୍ୟା ।

Show More

Related Articles

Back to top button