ଦେଶସ୍ୱତନ୍ତ୍ର

୨୦୨୩ ମାର୍ଚ୍ଚ ସୁଦ୍ଧା ଭାରତରେ ଚଳାଚଳ ହେବ ଆଉ ୨୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌

୨୦୨୩ ମାର୍ଚ୍ଚ ସୁଦ୍ଧା ଭାରତରେ ଚଳାଚଳ ହେବ ଆଉ ୨୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଯାତ୍ରୀଙ୍କ ପାଇଁ ଦ୍ରୁତ, ନିରାପଦ ତଥା ଆହୁରି ଆରାମଦାୟକ ରେଳଯାତ୍ରା ଲାଗି ବନ୍ଦେ ଭାରତ ୨.୦ ବା ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବ । ଏନେଇ ଜଣେ ରେଳପଥ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷରେ ୨୭ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ଚେନ୍ନାଇର ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)କୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିଲା । ଦୁଇଟି ଟ୍ରେନ୍‌ ଚଳାଚଳ ଆରମ୍ଭ କରିସାରିଛି । ବାକି ୨୫ଟି ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ତୃତୀୟ ନୂଆ ବନ୍ଦେ ଭାରତ ଟ୍ରେନ୍‌ କିଛିଦିନ ମଧ୍ୟରେ ପ୍ରସ୍ତୁତ ହେବ, ଯାହା ବେଙ୍ଗାଲୁରୁ ମଧ୍ୟଦେଇ ଚେନ୍ନାଇ ଓ ମହିସୂର ମଧ୍ୟରେ ଚଳାଚଳ କରିବ ।

Show More

Related Articles

Back to top button