ସ୍ୱାସ୍ଥ୍ୟ

ଏହି ୫ଟି ଘରୋଇ ଉପାୟ ଦ୍ୱାରା ଆପଣ ପେଟ ଫାମ୍ପିବା କୁ ଦୁରେଇ ପାରିବେ

ଅସନ୍ତୁ ପଢିବା ଓ ଜାଣିବା କଣ ସେସବୁ-

ବେଳେବେଳେ ଆମେ ପେଟର ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯାହାର କଷ୍ଟ ଆମ ପାଇଁ ଅତି ଅସହନୀୟ ହୋଇ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ଫୁଲା ଅର୍ଥାତ ପେଟ ଫାମ୍ପିବା ଆମେ ଯାହାକୁ କହିଥାଉ l ଏହି ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ l ଆସନ୍ତୁ ଜାଣିବା ପେଟ ଫାମ୍ପିବାର କଣ ସବୁ ରହିଛି କାରଣ l

* କୋଷ୍ଠ କାଠିନ୍ୟ ସମସ୍ୟା ଦ୍ୱାରା ପେଟ ଫାମ୍ପି ଥାଏ l
* ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିଥାଆନ୍ତି ତେବେ ପେଟ ଫାମ୍ପି ଥାଏ l
* ଯଦି ଏପରି କିଛି ଗ୍ୟାସ କରୁଥିବା ଖାଦ୍ୟ କୁ ଖାଇଥାଉ ତାହା ଦ୍ୱାରା ମଧ୍ୟ ପେଟ ଫାମ୍ପିଥାଏ l
* ବଢୁଥିବା ଓଜନକୁ ଯଦି ନିୟନ୍ତ୍ରଣ କରା ନଯାଏ ତେବେ ପେଟ ଫାମ୍ପି ଥାଏ l
* ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ମଧ୍ୟ ପେଟ ଫାମ୍ପି ଥାଏ l

* ପାନ ମାଧୁରୀ ପାଣି ହିତକର – ପାନମଧୁରୀ ପାଣି ଅନ୍ତ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିଥାଏ l ଆପଣ ଯଦି ପେଟ ଫାମ୍ପିବା ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଏହି ଉପାୟରେ ପାନ ମଧୁରୀ ପାଣି ସେବନ କରନ୍ତୁ l ରାତିସାରା ଆପଣ ଗୋଟିଏ ଗ୍ଲାସ ପାଣିରେ ପାନମଧୁରୀ କୁ ପକାଇ ରଖନ୍ତୁ ,ସକାଳୁ ସେହି ପାଣିକୁ ଖାଲି ପେଟରେ ପିଇ ନିଅନ୍ତୁ l ଏହା ବ୍ୟତୀତ ଆପଣ ଖାଇ ସାରିବା ପରେ କିଛି ମାତ୍ରାରେ ପାନମଧୁରୀ ନେଇ ଚୋବାଇ ଖାଇ ପାଣି ପିଅନ୍ତୁ l

* ଦହି ସେବନ କରନ୍ତୁ – ଦହିରେ ପ୍ରବାୟୋଟିକ ରହିଛି ଏହା ଏକ ପ୍ରକାରର ସ୍ୱାସ୍ଥ୍ୟକର ବ୍ୟାକ୍ଟେରିଆ ଅଟେ l ଯଦି ଆପଣ ପେଟ ଫାମ୍ପିବା ସମସ୍ୟାରେ ଗତି କରୁଛନ୍ତି ତେବେ ନିଜ ଖାଦ୍ୟରେ ଦହି ଖାଆନ୍ତୁ l ଆପଣ ଏଥିପାଇଁ ଦହିରେ ହେଙ୍ଗୁ ,ଭଜା ଜିରା ,କଳାଲୁଣ ମିଶାଇ ଭଲ ଭାବରେ ଫେଣ୍ଟି ନିଅନ୍ତୁ l ଏହାକୁ ପ୍ରତିଦିନ ଭାତ ଖାଇ ସାରିବା ପରେ ଖାଆନ୍ତୁ l

* ଅଦା କୁ ସାମିଲ କରନ୍ତୁ – ଆପଣ ପେଟ ଫାମ୍ପିବା ପାଇଁ ଅଦାର ବ୍ୟବହାର କଲେ ଲାଭ ମିଳିବ l ଆପଣ ଅଦାର ଗୋଟିଏ ଛୋଟ ଖଣ୍ଡକୁ ପାଟିରେ ଜାକନ୍ତୁ l ପାଣିରେ ଅଦାକୁ ଫୁଟାଇ ସେହି ପାଣିକୁ ସେବନ କରନ୍ତୁ l

* ଅମୃତଭଣ୍ଡା ଖାଇବା ଦ୍ୱାରା ମିଳିଥାଏ ଲାଭ – ଅମୃତଭଣ୍ଡା ପେଟ ପାଇଁ ଖୁବ ହିତକର l ଏଥିରେ ପପାଇନ ତତ୍ୱ ରହିଛି l ଏହା ଆପଣଙ୍କ ପାଚନ କ୍ରିୟାକୁ ସୁସ୍ଥ କରିଥାଏ l ଆପଣ କଞ୍ଚା ଅମୃତଭଣ୍ଡା କୁ ତରକାରୀ କରି ଖାଇ ପାରିବେ l ତା ସହିତ ପାଚିଲା ଅମୃତଭଣ୍ଡା ମଧ୍ୟ ଖାଇପାରିବେ l ଏହା ଆପଣଙ୍କୁ ପେଟ ଫାମ୍ପିବା ସମସ୍ୟାରୁ ଦୁରେଇ ରଖିବ l

* ପୁଦିନା ଚା – ପୁଦିନାରେ ଫିନୋଲିକ କମ୍ପାଉଣ୍ଡ ରହିଛି l ଏହା ମଧ୍ୟ ଅନ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ l ପାଚନ କ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ l ଆପଣ ପୁଦିନା ପତ୍ରକୁ ଧୋଇ ପାଣିରେ ଫୁଟାନ୍ତୁ କିଛି ସମୟ ପରେ ଛାଣି ସେଥିରେ ମହୁ ମିଶାଇ ସେବନ କରନ୍ତୁ l

Show More

Related Articles

Back to top button