କଳା ସଂସ୍କୃତି ଓ ସାହିତ୍ୟଭକ୍ତିସ୍ୱତନ୍ତ୍ର

ଧନତେରସରେ ଲୁଣ କିଣିବା ଅତ୍ୟନ୍ତ ଶୁଭ,ଲୁଣ କିଣିବା ସହ କରନ୍ତୁ ଏହି କାମ

ଆଗକୁ ଆସୁଛି ଦୀପାବଳିକୁ ଓ ଧନତେରସ । ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ ବୋଲି ଶାସ୍ତ୍ରରେ ଉଲ୍ଲଖ ରହିଛି । ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ। ତେବେ ଧନତେରସ ଦିନ ଲୋକେ ରାଶି ଅନୁଯାୟୀ ହେଉ ଅଥବା ମାନ୍ୟତା ଅନୁଯାୟୀ ବିଭିନ୍ନ ଅଳଙ୍କାର ସହ ଅନ୍ୟାନ୍ୟ ଜିନିଷ ମଧ୍ୟ କିଣିଥାଆନ୍ତି। ମାତ୍ର ଏହିଦିନ ଲୁଣ କିଣିବା ଖୁବ ଶୁଭ ବୋଲି କୁହାଯାଏ।

ଜାଣନ୍ତୁ ଲୁଣ କିଣିବା ସହ କେଉଁ କେଉଁ ଉପାୟ କରିବେ ..

ମାନ୍ୟତା ଅନୁଯାୟୀ, ଧନତେରସ ଦିନ ଲୁଣ କିଣି ଘରକୁ ଆଣିବା ଦ୍ୱାରା ଧନଲାଭ ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏହି ଦିନ ଲୁଣ କିଣି ନିଶ୍ଚୟ ଘରକୁ ଆଣନ୍ତୁ।

ଏହି ଦିନ କିଣିଥିବା ଲୁଣକୁ ଭୋଜନ ପ୍ରସ୍ତୁତିରେ ନିଶ୍ଚୟ ବ୍ୟବହାର କରନ୍ତୁ। ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ମାନ୍ୟତା ଅନୁଯାୟୀ, ଏହିଦିନ ପାଣିରେ ଲୁଣ ମିଶାଇ ଘରକୁ ପୋଛନ୍ତୁ। ଏହାଦ୍ୱାରା ଘରୁ ଅଶାନ୍ତି ,ନକରାତ୍ମକ ଶକ୍ତି ଓ ଦାରିଦ୍ର୍ୟତା ଦୂର ହୋଇଥାଏ।

ଏହିଦିନ ଲୁଣ କିଣି ବ୍ୟବହାର କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ଏହି ଦିନ ଘରର ଉତ୍ତର ଓ ପୂର୍ବ ଦିଗରେ ଘରର କୋଣରେ ଏକ କାଚ ପାତ୍ରରେ ଅଳ୍ପ କିଛି ଲୁଣ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ।

ବୈବାହିକ ଜୀବନରେ ସମସ୍ୟା ଲାଗି ରହୁଥିଲେ ରାତିରେ ଏହି ଦିନ ନିଜ ଶୟନ କକ୍ଷରେ ଏକ କୋଣରେ ଅଳ୍ପ କିଛି ଲୁଣ ରଖି ଦିଅନ୍ତୁ। ଏହାଦ୍ୱାରା ସମସ୍ୟା ଦୂର ହୋଇ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ଏହି ଦିନ ଘରର ପିଲାଙ୍କୁ ଗାଧୋଇବା ସମୟରେ ପାଣିରେ ସାମାନ୍ୟ ଲୁଣ ପକାଇ ସ୍ନାନ କରାନ୍ତୁ। ଏହାଦ୍ୱାରା ପିଲାଙ୍କୁ ସହଜରେ ନଜର ଲାଗି ନଥାଏ। ଶରୀର ମଧ୍ୟ ସୁସ୍ଥ ରହିଥାଏ।

କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ଲାଗି ରହୁଥିଲେ ଓ କ୍ଷତି ହେଉଥିଲେ ହାତରେ ଅଳ୍ପ କିଛି ଲୁଣ ନିଅନ୍ତୁ। ନିଜ ମୁଣ୍ଡ ଉପରେ ୩ ଥର ବୁଲାଇ ରାସ୍ତାକୁ ଫିଙ୍ଗି ଦିଅନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Show More

Related Articles

Back to top button