ଅପରାଧଦେଶ

ନେପାଳ ଗୁଳିକାଣ୍ଡରେ ୩ଭାରତୀୟଙ୍କ ସମେତ ୪ଗିରଫ

ନେପାଳ ଗୁଳିକାଣ୍ଡରେ ଗିରଫ ହେଲେ ୩ ଭାରତୀୟ । ନେପାଳରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା ଉଦ୍ୟମରେ ୩ ଭାରତୀୟଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । ନେପାଳର ମଧେଶ ପ୍ରୋଭିନ୍ସିରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏଥିରେ ମୋଟ ୪ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଓ ସମସ୍ତଙ୍କୁ ଗିରଫ କରାଯାଇ ସାରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ୩ ଭାରତୀୟଙ୍କ ମଧ୍ୟରେ ଗୁଲସନ ସିଂ(୨୨),ସୌରଭ ଶାହ (୨୦) ଓ ରେହାନ ସିଂ (୨୦) ନାମକ ତିନି ଯୁବକ ରହିଛନ୍ତି

ସମସ୍ତ ଅଭିଯୁକ୍ତଙ୍କ ଘର ବିହାର ବୋଲି ମଧ୍ୟ ପ୍ରାଥମିକ ତଦନ୍ତରୁ ନେପାଳ ପୋଲିସ ଜାଣିବାକୁ ପାଇଛି । ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ, ଗତକାଲି (ବୁଧବାର) ମଧେଶ ପ୍ରୋଭିନ୍ସର ବାଗମତି ପୌରପାଳିକାରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କୁ ଏହି ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତି ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିବାବେଳେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତକୁ ଫେରାର ହେବା ପାଇଁ ଚେଷ୍ଟା କରିବା ସମୟରେ ନେପାଳ ପୋଲିସ ନାକାବନ୍ଦୀ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଓ ଅନ୍ୟ ତିନି ବିହାରର ଯୁବକ ରହିଛନ୍ତି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବାବେଳେ ପୂର୍ବ ଶତୃତାରୁ ଏପରି ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରିବା ସହ ଅଭିଯୁକ୍ତଙ୍କୁ ଜେରା ଜାରି ରଖିଛି ।

Show More

Related Articles

Back to top button