Breaking PLUSଓଡ଼ିଶାମୁଖ୍ୟ ଖବର

ରାଜି ହେଲେ ସରକାର, ଆସନ୍ତାକାଲିଠୁ ଗଡିବ ସମସ୍ତ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ । ଆସନ୍ତାକାଲିଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ ।

ଶେଷରେ ରାଜି ହେଲେ ସରକାର । ଘରୋଇ ବସ୍ ମାଲିକ ସଂଘର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ । ଆସନ୍ତାକାଲିଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ । ଆଉ ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାରଙ୍କ ପ୍ରତିଶ୍ରୁତି। ଲୋନ ଡିଫଲ୍ଟ ର ଥିବା ବସ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କ ମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହାସହ ଆସନ୍ତାକାଲି ଠୁ ୧୬ଟି ରୁଟରେ ଗଡିବ ମୋ ବସ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ପାଇଁ ମିଳିବ ବସ୍ । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ବସରେ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ । କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ତେବେ ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ ସେବା ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯିବ ।

Show More

Related Articles

Back to top button