ଓଡ଼ିଶା

ଅନୁମତି ପରେ ବି ଗଡୁନି ବସ, ୭ ଦଫା ଦାବିରେ ଅଟଳ ବସ୍ ମାଲିକ ସଂଘ

ରାଜ୍ୟରେ ଧିରେ ଧିରେ ସ୍ବଭାବିକ ହେଉଛି ଜୀବନ ଜୀବିକା । ସରକାର ପଞ୍ଚମ ପର୍ଯ୍ୟାୟରେ କଟକଣା ଅନେକ କୋହଳ କରିଛନ୍ତି । ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ରାଜ୍ୟସକାର ।

ଆଜି ଆଲୋଚନାରେ ବାହାରିପାରେ ନିଷ୍କର୍ଷ !
ରାଜ୍ୟରେ ଧିରେ ଧିରେ ସ୍ବଭାବିକ ହେଉଛି ଜୀବନ ଜୀବିକା । ସରକାର ପଞ୍ଚମ ପର୍ଯ୍ୟାୟରେ କଟକଣା ଅନେକ କୋହଳ କରିଛନ୍ତି । ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ରାଜ୍ୟସକାର । ଅନୁମତି ସ୍ଵତେ ସ୍ଵାଭାବିକ ଭାବେ ଗଡୁନି ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବି ଅନୁସାରେ ସରକାର ରାଜି ହୋଇନଥିବାରୁ ବସ୍ ଚଳାଚଳ ସ୍ବାଭାବିକ ହୋଇନାହିଁ । ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍‌ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍‌ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। କରୋ ନା ସମୟରେ ପାଖା ପାଖି ୧୮ ମାସ ଧରି ବନ୍ଦ ହୋଇପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ । ଏଣୁ ସଂଘର ଦାବି ଯେପର୍ଯ୍ୟନ୍ତ ସରକାର ଶୁଣୁନାହାନ୍ତି ସେ ପର୍ଯ୍ୟନ୍ତ ବସ୍ ଗଡିବ ନାହିଁ। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ସରକାର ଏ ବିଷୟର ଅବଗତ ଅଛନ୍ତି । ଆଜି ସରକାର ଓ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହିତ ଏକ ବୈଠକ ରହିଛି । ଏଥିରେ ଆଲୋଚନା କରାଯିବ ବିଭିନ୍ନ ସମସ୍ୟା ଉପରେ । ତେବେ ଆଜିର ଆଲୋଚନାରୁ ସମସ୍ୟାର ସମାଧାନ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button