
ତାଲା ଭାଙ୍ଗି ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । କାଲି ବିଳମ୍ବିର ରାତିରେ କାମାକ୍ଷାନଗର ସହରର ଅନନ୍ତପୁର ସ୍ଥିତ ଶ୍ରୀକାନ୍ତ ସାହୁଙ୍କ ବାସଭବନରୁ ଏହି ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।
ମିଳିଥିବା ସୂଚନା ଅନୁଯାୟୀ, ରାତିରେ ସୁଶାନ୍ତ ତାଙ୍କ ପରିବାରକୁ ନେଇ କଙ୍କଡାହାଡ ଥାନା ଅନ୍ତର୍ଗତ ତରାଜଙ୍ଗ ସ୍ଥିତ ତାଙ୍କ ପୁରୁଣା ଘରକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ତାଲା ଭାଙ୍ଗି, ଘରେ ଥିବା ୪ ଭରି ସୁନା ସହ ନଗଦ ୨୦ହଜାର ଟଙ୍କା ଲୁଟ କରି ନେଇଛନ୍ତି।
ଆଜି ସକାଳେ ଶ୍ରୀକାନ୍ତ ଘରକୁ ଫେରିଥିବା ବେଳେ, ଲୁଟ ହୋଇଥିବା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।