
ପୁଣି ଜବତ ହେଲା ବ୍ଥରାଉନସୁଗର । ଧଳା ଜହର କବ୍ଜାରେ ରାଜଧାନୀ ଭୁବନେଶ୍ୱର । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନସୁଗର ଜବତ କରିବାରେ ଏସ୍ଟିଏଫକୁ ବଡ ସଫଳତା । ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ ଦାସକୁ ଗିରଫ କରିଛି ଏସଟିଏଫ ।
ଏନେଇ ଏସଟିଏଫକୁ ପୂର୍ବରୁ ସୂଚନା ମିଳିଥିଲା ଏବଂ ପୂର୍ବ ଯୋଜନା ଅନୁଯାୟୀ ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବିଟେକ୍ ଛାତ୍ରକୁ ଅଟକ ପରେ ଗିରଫ କରିଛି ଏସଟିଏଫ । ଛାନ୍ଭିନ୍ ପରେ ତା ପାଖରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଗୋଟିଏ ପଟେ ନିଶାମୁକ୍ତ ଟ୍ୱିନ ସିଟି ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡୁଥିବାବେଳେ କିଛି ଛାତ୍ରଙ୍କ ନିଶା କାରବାର ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।