Breaking PLUSଓଡ଼ିଶାମୁଖ୍ୟ ଖବର

ଶେଷ ହେଲା ଶ୍ରୀ ମନ୍ଦିରର ୭ ପ୍ରମୁଖ ଦ୍ୱାରର ରୁପା ଛାଉଣି କାର୍ଯ୍ୟ

ରୁପା ଛାଉଣି ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ୱାରରୁ ୭ଟି ଦ୍ୱାର କାମ ଏହାଭିତରେ ଶେଷ ହୋଇଛି । ୭ ପ୍ରମୁଖ ଦ୍ୱାର ରୁପା ଛାଉଣିରେ ଝଟକିଛି । ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି । ଶ୍ରୀମନ୍ଦିରର ବେହେରଣ ଦ୍ୱାର, ଜୟ-ବିଜୟ ଦ୍ୱାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ୱ ଦ୍ୱାର, ସାତପାହାଚ ଦ୍ୱାର, ଆଦି ନୃସିଂହ ମନ୍ଦିର, ମା' ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ୱାରର ନୂଆ ବର୍ମା ଟିକ୍‌ରେ ନିର୍ମାଣ ସରିଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଉଥିଲା

ରୁପା ଛାଉଣି ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ୱାରରୁ ୭ଟି ଦ୍ୱାର କାମ ଏହାଭିତରେ ଶେଷ ହୋଇଛି । ୭ ପ୍ରମୁଖ ଦ୍ୱାର ରୁପା ଛାଉଣିରେ ଝଟକିଛି । ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି । ଶ୍ରୀମନ୍ଦିରର ବେହେରଣ ଦ୍ୱାର, ଜୟ-ବିଜୟ ଦ୍ୱାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ୱ ଦ୍ୱାର, ସାତପାହାଚ ଦ୍ୱାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ୱାରର ନୂଆ ବର୍ମା ଟିକ୍‌ରେ ନିର୍ମାଣ ସରିଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଉଥିଲା । ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ୱାର କାମ ଶେଷପରେ ଗତକାଲି ବିଳମ୍ବିତ ରାତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ୱାରକୁ ଶେଷ ସ୍ପର୍ଶ ଦିଆଯାଇଛି । ନବନିର୍ମିତ ଦ୍ୱାର ଲାଗିବା ପରେ ଏଥିରେ ରୁପା ଚାଦର ସହ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ୍ ସଂଯୋଗ କରାଯାଇଛି । ଯାହା ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି ।

ରଥଯାତ୍ରା ପୂର୍ବରୁ ନୂଆ ବର୍ମା ଟିକ୍‌ରେ ନିର୍ମିତ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ୱ ଦ୍ୱାର ଲାଗିବା ପରେ ଏହା ଉପରେ ରୁପା ଚାଦର ଲଗାଯାଇଥିଲା । ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତପାହାଚ ଦ୍ୱାର ଓ ବେହେରଣ ଦ୍ୱାର ଲାଗିବା ପରେ ଏହା ଉପରେ ରୁପାର ଚାଦର ଓ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ପ୍ଲେଟ୍ ଲାଗିଥିଲା । ଏ ଭିତରେ ଆଦିନୃସିଂହ, ମା’ ଲକ୍ଷ୍ମୀ ଓ ମା’ ବିମଳାଙ୍କ ମନ୍ଦିର ଦ୍ୱାର କାମ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ମନ୍ଦିରର ଚାରିଦ୍ୱାର ଯେହେତୁ ଆକାରରେ ବଡ଼ ଥିଲା, ସେଥିପାଇଁ କାରିଗରଙ୍କୁ ଏହି ଦ୍ୱାର ତିଆରି ଓ ଲଗାଇବାରେ ବିଳମ୍ବ ହୋଇଥିଲା । କିନ୍ତୁ ଆଦିନୃସିଂହ ମନ୍ଦିର, ମା’ ଲକ୍ଷ୍ମୀ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ୱାର ବହୁଶୀଘ୍ର କାମକୁ ଶେଷ କରିଛନ୍ତି ମୁମ୍ବାଇରୁ ଆସିଥିବା କାରିଗରମାନେ ।

କେବଳ କଳାହାଟ ଦ୍ୱାରରେ ରୁପା ଛାଉଣି କାମ ବାକି ରହିଛି । ଯେହେତୁ ଦୈନନ୍ଦିନ ନୀତିକାନ୍ତି ଚାଲିଛି, ବର୍ତ୍ତମାନ ପରିସ୍ଥିତିରେ ଏହି ଦ୍ୱାରର କାମ ସମ୍ଭବ ନଥିବାରୁ ଆସନ୍ତା ରଥଯାତ୍ରା ସମୟରେ ଏହି ଦ୍ୱାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ମା ଟିକ୍‌ରେ କଳାହାଟ ଦ୍ୱାର ନିର୍ମାଣ ସହ ପଲିସ୍ କାମ ସରିଥିବାବେଳେ ଏଥିପାଇଁ ଆବଶ୍ୟକ ରୁପା ଚାଦର ବି ଆସି ସାରିଛି । କେବଳ ଏହା ସଂଯୋଗ ହେବା ବାକି ରହିଛି । ରୁପାକୁ ନୀଳାଦ୍ରି ଭକ୍ତ ନିବାସ ପରିସର ଷ୍ଟ୍ରଙ୍ଗ୍ ରୁମରେ ସୁରକ୍ଷିତ ରଖାଯାଇଛି ।

Show More

Related Articles

Back to top button