Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ପାରାଲିମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ

ସୁଟର ମନୀଷ ଓ ସିଂହରାଜଙ୍କ ବିଜୟ

ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ । ସୁଟର ମନୀଷ ନରୱାଲ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଏହା ସହ ସିଂହରାଜ ମଧ୍ୟ ଦେଶ ପାଇଁ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହି ଦୁଇ ସୁଟର ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାରତ ପାଇଁ ଦୁଇଟି ପଦକ ଜିତିଛନ୍ତି ।

ପ୍ରଥମ ଦୁଇଟି ଶଟରେ ମନୀଷ ନରୱାଲ ମାତ୍ର ୧୭.୮ ପଏଣ୍ଟ ସ୍କୋର କରିଥିଲେ । କିନ୍ତୁ ଏହା ପରେ ନରୱାଲ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ପାଞ୍ଚଟି ସଟ୍ ପରେ ନରୱାଲ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଏବଂ ପାଞ୍ଚଟି ସଟ୍ ପରେ ତାଙ୍କ ପଏଣ୍ଟ ସ୍କୋର ୪୫.୪ ରେ ପହଞ୍ଚିଥିଲା । ୧୨ ଟି ସଟ୍ ପରେ ମନୀଷ ୧୦୪.୩ ସ୍କୋର ସହିତ ପାଞ୍ଚ ନମ୍ବରରେ ରହିଥିଲେ ।

ସେପଟେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ସିଂହରାଜ ୧୪ ତମ ସଟ୍ ପରେ ଚତୁର୍ଥ ନମ୍ବରରେ ରହିଥିଲେ । ୧୪ ତମ ସଟ୍ ପରେ ଅନ୍ତିମ ଇଭେଣ୍ଟରେ କେବଳ ୬ ଜଣ ଖେଳାଳି ରହିଥିଲେ, ସେମାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଖେଳାଳି ସିଂହରାଜ ଏବଂ ମନୀଷ ନରୱାଲ ମଧ୍ୟ ଥିଲେ ।

କିନ୍ତୁ ୧୫ ତମ ସଟ୍ ପରେ ମନୀଷ ନରୱାଲ ୧୩୩.୪ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନରେ ପହଞ୍ଚିଥିଲେ । ୧୬ ତମ ସଟ୍ ପରେ ସିଂହରାଜ ମଧ୍ୟ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ । ୨୦ ତମ ସଟ୍ ପରେ ଭାରତ ପାଇଁ ଦୁଇଟି ପଦକ ନିଶ୍ଚିତ ହୋଇଯାଇଥିଲା । ଚାଇନାର ଖେଳାଳିଙ୍କୁ ୭.୫ ପଏଣ୍ଟ ସ୍କୋର ସହ ଆଉଟ୍ ହେବାକୁ ପଡିଥିଲା । ଶେଷ ସଟ୍ ରେ ମନୀଷ ନରୱାଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲାବେଳେ ସିଂହରାଜ ପାଇଥିଲେ ରୌପ୍ୟ ପଦକ ।

ସୁଟିଂରେ ଏହି ଦୁଇଟି ପଦକ ସହିତ ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୫ ରେ ପହଞ୍ଚିଛି । ପାରାଲିମ୍ପିକ୍ ଗେମ୍ସ ଇତିହାସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ । ଶନିବାର ବ୍ୟାଡମିଣ୍ଟନରେ ଭାରତ ପାଇଁ ଆଉ ଦୁଇଟି ପଦକ ନିଶ୍ଚିତ ହୋଇଛି ।

Show More

Related Articles

Back to top button