Breaking PLUSଦେଶ ବିଦେଶମୁଖ୍ୟ ଖବର
ବ୍ରିଟିଶ ଅଭିନେତା ଟମ୍ ୱିଲକିଙ୍ଗସନଙ୍କ 75 ବର୍ଷ ବୟସରେ ଦେହାନ୍ତ

ୱାଶିଂଟନ , 31 ଡିସେମ୍ବର – ବ୍ରିଟିଶ ଅଭିନେତା ଟମ୍ ୱିଲକିଙ୍ଗସନଙ୍କର ଶନିବାର 75 ବର୍ଷ ବୟସରେ ଦେହାନ୍ତ ହୋଇଛି । ଟମ୍ଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟମ୍ଙ୍କୁ ଦୁଇଥର ଓସ୍କାର ନିମନ୍ତେ ନାମାଙ୍କିତ କରାଯାଇଥିଲା । ସେ ଦ ଫୁଲ୍ ମୋଟି, ମାଇକେଲ କ୍ଲେଟନ ଓ ଦ ବେଷ୍ଟ ଏକ୍ସୋଟିକ ମେରିଗୋଲ୍ଡ ହୋଟେଲରେ ଦମଦାର ଭୂମିକାରେ ଅଭିନୟ ପାଇଁ ବେଶ୍ ଜଣାଶୁଣା ।
ଟମଙ୍କ ପରିବାର ପକ୍ଷରୁ କୁହାଯାଇଛଇ ଯେ, ଶନିବାର ୱିଲକିଙ୍ଗସନ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ଅନ୍ତିମ ସମୟରେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ ।