Breaking PLUSଓଡ଼ିଶାମୁଖ୍ୟ ଖବର

ଫୁଲବାଣୀ, ନୟାଗଡ଼, କୋରାପୁଟ, ରାଉରକେଲା ଓ ସୋନପୁରରେ ଘନ କୁହୁଡ଼ି ଅନୁଭୂତ

ଭୁବନେଶ୍ଵର, ୩୦ ଡିସେମ୍ବର – ଆଜି ଫୁଲବାଣୀ, ନୟାଗଡ଼, କୋରାପୁଟ, ରାଉରକେଲା ଓ ସୋନପୁରରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାକି ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା ।

ଏହା ବ୍ୟତୀତ ଭବାନୀପାଟଣା, ଝାରସୁଗୁଡ଼ା, କେନ୍ଦୁଝର, ଚାନ୍ଦବାଲି ଓ ସମ୍ବଲପୁରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button