ଓଡ଼ିଶାସ୍ୱାସ୍ଥ୍ୟ

ଟିକାକରଣ ବୃଦ୍ଧି ପାଇଁ ଗାଁ ଗାଁ ବୁଲିବ ବୁଷ୍ଟର ଭ୍ୟାନ

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟିକାକରଣ ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଭାଗର ଗୁରତ୍ବ । ଟିକାକରଣ ସହ ଟିକାକରଣ କେନ୍ଦ୍ର ବୃଦ୍ଧି ପାଇଁ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତି ବ୍ଲକରେ ୪ ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି ।ବର୍ତ୍ତମାନ ଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକୋଶନ ଡୋଜ ନେଇ ସାରିଛନ୍ତି । ବାକି ଲୋକଙ୍କୁ ଖୁବ ଶୀଘ୍ର ଟିକା କାରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲ୍ଡ ଟିକା ଉପଲବ୍ଧ ରହିଛି । ସେହିପରି ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଆସିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

ପରିବାର କଲ୍ୟାଣ ନିର୍ଦ୍ଦେଶନୁଯାୟୀ, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ । ଅବଧି ପୁରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟିକା କାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

Show More

Related Articles

Back to top button