Breaking PLUSଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର : ରାଜଧାନୀରେ ପୁଣି ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବାର ଜଣାପଡିଛି । ତିନି ମାସ ଭିତରେ ରାଜଧାନୀରେ ତିନି ଜଣ ଡେଙ୍ଗୁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଜୁନରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ଜୁଲାଇରେ ୪ ନମ୍ବର କେନ୍ଦ୍ରୟ ବିଦ୍ୟାଳୟ ୫ମ ଶ୍ରେଣୀ ଛାତ୍ରଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା । ହେଲେ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ରାଜଧାନୀରେ କଲବଲ କଲାଣି ଡେଙ୍ଗୁ । ଦିନକୁ ଦିନ କାୟାବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ରହିଛି । ଯେଉଁଥିରେ ଗତ ସପ୍ତାହ ତଳେ ୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ ।

Show More

Related Articles

Back to top button