Breaking PLUSଓଡ଼ିଶାମୁଖ୍ୟ ଖବର

ପଞ୍ଚମ ଦିନରେ ଚାଲିଛି ନୋଟ୍ ଗଣତି, ବହାରିଲାଣି 170 କୋଟି

ବଲାଙ୍ଗିର, ୧୦ ଡିସେମ୍ବର – ବଲାଙ୍ଗିରରେ ଆଜି ପଂଚମ ଦିନରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଆଜି ମଧ୍ୟ ସୁଦପଡା ସ୍ଥିତ ମଦଭାଟିରେ ଚଢ଼ଉ ଜାରି ରହିଛି । ସମ୍ପୃକ୍ତ ମଦ ଭାଟିର ଦୁଇ ମ୍ୟାନେଜରଙ୍କୁ ଚାଲିଛି ପଚରା ଉଚରା । ସେହିପରି ଟିଟିଲାଗଡ଼ ନେହରୁନଗର ସ୍ଥିତ ମଦ ଭାଟିରେ ମଧ୍ୟ ଆଇଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ଦେଶୀ ମଦ ଭାଟିର ଆୟବ୍ୟୟର ହିସାବ ଚାଲିଛି । ଅବକାରୀ ବିଭାଗର ତଥ୍ୟ ଆଧାରରେ ହିସାବ କରୁଛି ଆୟକର ବିଭାଗ । ସମସ୍ତ ମଦଭାଟିର ମୁଖ୍ୟ କାର୍ଯ୍ୟାଳୟ ସୁଦପଡାରେ ଥିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ବଲାଙ୍ଗିର ସୁଦପଡ଼ାର ମଦ ବ୍ୟବସାୟୀଙ୍କ ଘରେ ଚଢ଼ଉ ବେଳେ ଜବତ ହୋଇଥିବା କୋଟି କୋଟି ଟଙ୍କାର ଗଣତି ଚାଲିଛି ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ । ଶନିବାର, ରବିବାର ବ୍ୟାଙ୍କ ଛୁଟି ଥିଲେ ମଧ୍ୟ ୨୫ଟି ମେସିନ୍ ଓ ୫୦ ଜଣ କର୍ମଚାରୀଙ୍କୁ ନେଇ ଟଙ୍କା ଗଣତି ଜାରି ରହିଛି । ଗଣତିରେ ବାହାରିଲାଣି ୧୬୦ କୋଟି। ବାକି ୭୧ ବ୍ୟାଗ୍ ରେ ଥିବା ଟଙ୍କା ଗଣତି ଚାଲିଛି । ଗତକାଲି ରାତି ସୁଦ୍ଧା ୧୬୦ କୋଟି ଟଙ୍କା ଗଣତି ସରିଥିବା ସୂଚନା ମିଳିଛି । ୧୦୫ ବ୍ୟାଗ୍ ଟଙ୍କା ଗଣତି ସରିଥିବା ବେଳେ ଆହୁରି ୭୧ଟି ବ୍ୟାଗ୍ ର ଟଙ୍କା ଗଣତି ଚାଲିଛି । ଆଜି ଏହି ଟଙ୍କା ଗଣତି ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜବତ ଟଙ୍କାକୁ ବିଭାଗୀୟ ଅଧିକାରୀ ମାନେ ମୋଟ୍ ୧୭୬ ଟି ବ୍ୟାଗ୍ ରେ ଭର୍ତି କରି ଗଣତି ପାଇଁ ବ୍ୟାଙ୍କକୁ ଆଣିଥିଲେ । ତେବେ ଏତେ ଟଙ୍କା ମଦଭାଟିକୁ କିପରି ଓ କେଉଁଠୁ ଆସିଲା ସେନେଇ ଛାନଭିନ୍ ଜାରି ରଖିଛି ଆଇଟି ଟିମ୍ । ସେହିପରି ଗତ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ବେଳେ ଏ ପର୍ଯ୍ୟନ୍ତ ୩୫୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ମିଳିଥିବା ଆକଳନ କରାଯାଉଛି ।
ଅନ୍ୟପକ୍ଷରେ ଏଭଳି ବିପୁଳ ପରିମାଣର ଟଙ୍କା ଜବତ ପରେ ଗତ ଦୁଇ ଦିନ ଧରି ଏ ସମ୍ପର୍କରେ ଅଧିକ ତନାଘନା ଚଳାଇଛି ହାଇଦ୍ରାବାଦରୁ ଆସିଥିବା ୨୦ ଜଣିଆ ଆଇଟି ଆନାଲିସିସ୍ ଟିମ୍ । ଏହି ଟିମ୍ ର କିଛି ସଦସ୍ୟ ଟିଟିଲାଗଡ଼ରେ ରହି ଛାନଭିନ୍ କରୁଥିବା ବେଳେ ଆଉ କିଛି ସଦସ୍ୟ ବଲାଙ୍ଗିରରେ ଖୋଳତାଡ଼ କରୁଛନ୍ତି ।

Show More

Related Articles

Back to top button