Breaking PLUSଓଡ଼ିଶାମୁଖ୍ୟ ଖବର
ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ୍ ଅଞ୍ଚଳରେ ମଙ୍ଗଳବାର ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଦୁଇଜଣଙ୍କ ମୃତଦେହ ଜିପୁର ପ୍ରଧାନସାହି ପାଖ ଜାମୁ ଗଛରେ ଓହଳିଛି। ମୃତ ଯୁବକଙ୍କ ଦୁଇହାତ ପଛପଟୁ ବନ୍ଧାଯାଇଛି।

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ୍ ଅଞ୍ଚଳରେ ମଙ୍ଗଳବାର ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଦୁଇଜଣଙ୍କ ମୃତଦେହ ଜିପୁର ପ୍ରଧାନସାହି ପାଖ ଜାମୁ ଗଛରେ ଓହଳିଛି। ମୃତ ଯୁବକଙ୍କ ଦୁଇହାତ ପଛପଟୁ ବନ୍ଧାଯାଇଛି। ପ୍ରେମ ଘଟଣାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଏକ ଅନର କିଲିଂ (ସମ୍ମାନ ପାଇଁ ହତ୍ୟା) ମାମଲା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି, ତେବେ ଏ ନେଇ ସ୍ପଷ୍ଟ କାରଣ ଜଣାପଡି ନାହିଁ। ଦୁହିଁଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ମୃତକଙ୍କ ଘର ସେହି ଗ୍ରାମର ପ୍ରଧାନସାହି ବୋଲି ଜଣାପଡିଛି।