Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜନୀତିରୁ ମୁହଁଫେରାଇଲେ ରଜନୀକାନ୍ତ, ବଦଳିଗଲା ଦଳ ଗଠନ ନିଷ୍ପତି

ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା' ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ

ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ରଜନୀକାନ୍ତଙ୍କ ପ୍ରବେଶ ନେଇ ଯେଉଁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା, ତା’ ଉପରେ ବର୍ତ୍ତମାନ ପାଇଁ ପୁର୍ଣ୍ଣଛେଦ ଟାଣିଛନ୍ତି ନିଜେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ଯେ, ସେ ବର୍ତ୍ତମାନ ପାଇଁ ରାଜନୀତିକୁ ଆସିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ କୌଣସି ରାଜନୈତିକ ଦଳ ତିଆରି କରିବାକୁ ଯାଉନାହିଁ ।

ରଜନୀକାନ୍ତଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଗତ କିଛି ଦିନ ଧରି ମୋର ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ । ଏହାକୁ ମୁଁ ଭଗବାନଙ୍କ ଇଛା ବୋଲି ମନେ କରି ରାଜନୈତିକ ଦଳ ଆରମ୍ଭ ନକରିବାକୁ ନିଷ୍ପତ୍ତି ନେଉଛି । ସେ କହିଛନ୍ତି ଯେ, ମୁଁ ଏହା ଚାହୁଁନାହିଁ ଯେ, ଲୋକ ମୋତେ ବଳି ବୋଦା ବନା ଯାଇଥିବା ଭାବନ୍ତୁ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ଦିନ ସେ ନିଜ ରାଜନୈତିକ ଦଳ ପ୍ରତିଷ୍ଠା ବାବଦରେ ଘୋଷଣା କରିବେ ବୋଲି ଆଗରୁ କହିଥିଲେ । ଏହି ଘୋଷଣା ପରେ ତାମିଲନାଡୁରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଥିଲା । ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମଧ୍ୟ କୁହାଯାଉଥିଲା ।

ତେବେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କାଳରେ ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ରଜନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୨୧ରେ ହେବାକୁ ଥିବା ନିର୍ବାଚନରେ ରଜନୀକାନ୍ତ ବିଜେପି ଓ ଏଆଇଏଡିଏମକେ ସହିତ ମେଣ୍ଟ କରିବା ସମ୍ଭାବନା ଥିଲା । ରଜନୀଙ୍କ ରାଜ୍ୟବ୍ୟାପି ଥିବା ଫ୍ୟାନ୍ କ୍ଲବ ଗୁଡିକ ମଧ୍ୟ ତାଙ୍କ ରାଜନୀତି ପ୍ରବେଶକୁ ନେଇ ସକ୍ରୀୟ ହୋଇଯାଇଥିଲେ ।

Show More

Related Articles

Back to top button