Breaking PLUSଦେଶ ବିଦେଶମୁଖ୍ୟ ଖବର
ଭାରତରେ ପହଞ୍ଚିଲା କରୋନାର ନୂଆ ବ୍ରିଟେନ ଷ୍ଟ୍ରେନ୍
ଭାରତରେ ମିଳିଲା ବ୍ରିଟେନ୍ ଷ୍ଟ୍ରେନ୍। ବ୍ରିଟେନରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ ବି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ବେଙ୍ଗଲୁରୁର NIMHANS ଲ୍ୟାବ୍, ଦୁଇ ଜଣଙ୍କ ହାଇଦ୍ରାବାଦ୍ର CCMB ଏବଂ ଜଣଙ୍କ ନମୁନା ପୁଣେ NIV ଲ୍ୟାବ୍ରେ ପରୀକ୍ଷା କରାଯାଇଥିଲା । ଗତ ମାସକ ମଧ୍ୟରେ ୩୩ ହଜାର ଲୋକ ବ୍ରିଟେନରୁ ଫେରିଥିଲେ। ବ୍ରିଟେନର ଏହି ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପ୍ରଭାବଶାଳୀ।