Breaking PLUSଦେଶମୁଖ୍ୟ ଖବର

ବିଜାପୁର ଏନକାଉଂଟର ସ୍ଥଳରୁ 13 ନକ୍ସଲଙ୍କ ମୃତଦେହ ଜବତ

ରାୟପୁର- ଛତିଶଗଡର ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗଙ୍ଗାଲୁର ଅଂଚଳର କୋରଚୋଲି ଜଙ୍ଗଲରେ ମଙ୍ଗଳବାର ହୋଇଥିବା ଏନକାଉଂଟର ପରେ ଆଜି ସକାଳୁ ଆଉ ତିନି ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଏବେ ସୁଦ୍ଧା ଏନକାଉଂଟର ସ୍ଥାନରୁ 13ଟି ମୃତଦେହ ଜବତ ହୋଇଛି । ଗୁଳିକାଣ୍ଡ ସମୟରେ ଜଣେ ଯବାନ ଆଇଇଡିରେ ଫସିବା କାରଣରୁ ଆହତ ହୋଇଛନ୍ତି । ବସ୍ତରରେ ଏବେ ସୁଦ୍ଧା ସୁରକ୍ଷାବଳର ଏହା ସବୁଠାରୁ ସଫଳ ନକ୍ସଲ ବିରୋଧୀ ଅଭିଯାନ ଅଟେ । ମୃତଦେହ ମଧ୍ୟରେ 11ଜଣ ପୁରୁଷ ଓ 2ଜଣ ମହିଳାଙ୍କ ମୃତଦେହ ରହିଛି । ଏଥିରେ ଅନେକ କୁଖ୍ୟାତ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

Show More

Related Articles

Back to top button