ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ରକ୍ତ ଚନ୍ଦନରେ ଚିକିତ୍ସା

ଏହି ୫ଟି ରୋଗରୁ ଉପଶମ ମିଳେ : ଜାଣନ୍ତୁ ପୂରା ଉପାୟ

ରକ୍ତ ଚନ୍ଦନ ବିଷୟରେ ଆପଣ ସମସ୍ତେ ଜାଣିଥିବେ l ଆମେ ସମସ୍ତେ ଏହାକୁ ଶିବଙ୍କୁ ଅର୍ପଣ କରିଥାଉ ଏବଂ ରବିବାର ଦିନ ସୂର୍ଯ୍ୟଙ୍କୁ ମଧ୍ୟ ଅର୍ପଣ କରାଯାଏ l ଏହା ଦେଖିବାକୁ ଇଷତ ଲାଲ ରଙ୍ଗର ହୋଇଥାଏ l କିନ୍ତୁ ଏହାର କିଛି ଔଷଧୀୟ ଗୁଣ ମଧ୍ୟ ରହିଛି l ଆସନ୍ତୁ ସେ ବିଷୟରେ ଜାଣିବା l

*ଚର୍ମ ରୋଗ -ରକ୍ତ ଚନ୍ଦନ ଚୁର୍ଣ୍ଣ ୫ ଗ୍ରାମ ରେ ନିମ୍ବ ପତ୍ର ଚୁର୍ଣ୍ଣ ୨୫ ଗ୍ରାମ ମିଶାଇ ମରା ନଡ଼ିଆ ତେଲରେ ଗୋଳେଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାକୁ ଚର୍ମ ରୋଗ ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ସେଥିରୁ ଆରାମ ମିଳିଥାଏ l

*ମୁଣ୍ଡ ବୁଲାଇବା ଓ ମୁଣ୍ଡ ବ୍ୟଥା – ରକ୍ତ ଚନ୍ଦନକୁ ଘୋରି ଅଳ୍ପ ଖାଇବା କର୍ପୁର ଚୁର୍ଣ୍ଣ ମିଶାଇ ମଥାରେ ଲେପ ଦେବା ଦ୍ୱାରା ମୁଣ୍ଡ ବ୍ୟଥା ଓ ମୁଣ୍ଡ ବୁଲାଇବା ଠିକ ହୋଇ ଯାଇଥାଏ l

*ବାତରୋଗ – ବାତରୋଗରେ ପୀଡିତ ଥିବା ବ୍ୟକ୍ତିକୁ ରକ୍ତ ଚନ୍ଦନରେ ହରିଣ ଶିଙ୍ଘକୁ ଘୋରି ଲଗାଇବା ଦ୍ୱାରା ବାତରୋଗ ଠିକ ହୋଇଯାଏ l

*କୀଟ ଦଂଶନ – ରକ୍ତ ଚନ୍ଦନକୁ କୀଟ ଦଂଶନ ସ୍ଥାନରେ ଲଗାଇଲେ ତାହା ଠିକ ହୋଇଯାଏ l

*ମୁଖ ମଣ୍ଡଳର ସୌନ୍ଦର୍ଯ୍ୟ ବଢାଏ – ଯଦି ମୁଖ ମଣ୍ଡଳରେ କୌଣସି ଦାଗ କିମ୍ବା ବ୍ରଣ ଉଠୁଛି ତେବେ ତାହାକୁ ଭଲ କରିବା ପାଇଁ ଉଷୁମ ପାଣିରେ ମୁହଁ କୁ ଧୋଇ ସେଥିରେ ରକ୍ତଚନ୍ଦନ ଲେପ ଲଗାନ୍ତୁ l କିଛିଦିନ ପରେ ତାହା ଠିକ ହୋଇଯିବ l

Show More

Related Articles

Back to top button