Breaking PLUSଦେଶ ବିଦେଶମୁଖ୍ୟ ଖବର

ଚିନ୍ତା ବଢ଼ାଉଛି କରୋନାର ନୂଆ ଷ୍ଟ୍ରେନ୍‌

ଦେଶବ୍ୟାପି ପୁଣି ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । କିଛି ଦେଶରେ ଏହି ସଂକ୍ରମଣ ବଢୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ ମଧ୍ୟରେ ବ୍ରିଟେନ୍‌ରେ ମଧ୍ୟ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣ ବଢିବାରେ ଲାଗିଛି । ଏଥିଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କିଛି କଡ଼ା ପଦକ୍ଷେପ ନେଇଛନ୍ତି । ଦେଶରେ ଲାଗିଥିବା ପ୍ରତିବନ୍ଧକୁ ଆହୁରି କଡ଼ାକଡ଼ି କରିବାକୁ ଘୋଷଣା କରିଛନ୍ତି । ପୁରା ଦେଶରେ ପୁଣି ଲକ୍‌ଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ୍‌ ସରକାର ।ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସ୍ଥିତିରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ଯାହାଦ୍ୱାରା କି ଅନେକ ଜୀବନ ମୃତ୍ୟୁମୁଖରୁ ବଞ୍ଚିପାରିବ । ଅସମ୍ବେଦଶୀଳ ଅଞ୍ଚଳରେ ଲୋକଙ୍କୁ ସାବଧାନ ସହ କାମ କରିବାକୁ ଅପିଲ୍‌ କରିବାକୁ କହିଛନ୍ତି । ଯଦି ଆବଶ୍ୟକ ନାହିଁ , ତେବେ କେହି ବି ହେଲେ ଘରକୁ ବାହାରନ୍ତୁ ନାହିଁ । ଲୋକମାନେ ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ । କିଛି ସପ୍ତାହ ପାଇଁ ଦେଶରେ କଡ଼ା ନିୟମ ଲାଗୁ କରିବାକୁ ପଡୁଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌କୁ କଣ୍ଟ୍ରୋଲ କରିବାରେ ସକ୍ଷମ ହେବା । ଦେଶରେ କ୍ଷୀପ୍ର କ୍ଷତିରେ କରୋନା ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ମଙ୍ଗଳବାର ଦିନର ତଥ୍ୟ ଅନୁସାରେ , ଗତ ୨୪ଘଣ୍ଟାରେ ୮୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ସମୟ ଆମକୁ ଏକ୍‌ଜୁକ ହୋଇ ରହିବାର ଅଛି । ଯାହାଦ୍ୱାରା କି ଆମେ କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣରେ ରୋକ୍‌ ଲଗାଇପାରିବା । ଯଦି ଆମେ ଲଗାଇଥିବା କଡ଼ା ନିୟମରେ ସଫଳ ହେଉଛେ, ତେବେ ଫେବୃଆରୀ ମାସ ସୁଦ୍ଧା ଏହି ଭାଇରସରେ ନିୟନ୍ତ୍ରଣ ପାଇପାରିବ । ଲୋକଙ୍କ ଜୀବନ ବଞ୍ଚାଇବାକୁ ପାଇଁ ସରକାର ଲକ୍‌ଡାଉନ ଲଗାଇବାକୁ ଯାଉଛନ୍ତି ।

Show More

Related Articles

Back to top button