ଉଦ୍ଧବଙ୍କ ଅସଲି ତାକତ ଉପରେ ବିଜେପିର ନଜର
ଗଣେଶ ପୂଜାରେ ମୁମ୍ୱାଇ ଯିବେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତ୍ୟକ ବର୍ଷ ଗଣେଶ ପୂଜାରେ ମୁମ୍ୱାଇ ଯାଆନ୍ତି। ଏଥର ମଧ୍ୟ ସେ ସେପ୍ଟେମ୍ୱର ପାଞ୍ଚରେ ମୁମ୍ୱାଇ ଯିବେ। ଏଥର ଗଣେଶ ଉତ୍ସବ ଅଗଷ୍ଟ ୩୧ରୁ ସେପ୍ଟେମ୍ୱର ୯ ମଧ୍ୟରେ ପାଳନ କରାଯିବ। ଏଥର ଶାହଙ୍କର ମୁମ୍ୱାଇ ଯାତ୍ରାର ବିଭିନ୍ନ କାରଣ ରହିଛି ବୋଲି କୁହାଯାଉଛି। ସେ ଏହି ଗସ୍ତରେ ବିଜେପିର ବିଭିନ୍ନ ବରିଷ୍ଠ ନେତାମାନଙ୍କ ସହିତ ବୈଠକ କରିବେ। ବୃହନ୍ମମୁମ୍ୱଇ ନଗର ନିଗମ(ବିଏମସି)ର ଆଗାମି ନିର୍ବାଚନ ଶାହଙ୍କ ଗସ୍ତର ପ୍ରମୁଖ ଏଜେଣ୍ଡା ବୋଲି କୁହାଯାଇଛି। ବିଜେପିର ଜଣେ ବରିଷ୍ଠ ନେତା ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଶାହ ମହାରାଷ୍ଟ୍ର ଓ ମୁମ୍ୱାଇର ଦଳୀୟ ନେତାମାନଙ୍କ ସହିତ ବୈଠକ କରିବେ। ରିପୋର୍ଟ ଅନୁସାରେ ବିଜେପିର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି ଯେତେବେଳେ ମୋଦୀ ଓ ଶାହଙ୍କ କଥା ଆସେ କୌଣସି ଛୁଟି ମିଳେନାହିଁ। ସେଥିପାଇଁ ଏମିତି ଲାଗୁଛିଯେ ସେ ଲାଲବାଗଚା ରାଜାଙ୍କ (ମୁମ୍ୱାଇର ସବୁଠୁ ପୁରୁଣା ଗଣେଶ ପୂଜା) ପୂଜା କରିବା ପାଇଁ ମୁମ୍ୱାଇ ଆସୁଛନ୍ତି, ସେଥିପାଇଁ ସେ ରାଜ୍ୟ କୋର୍ କମିଟି ସହିତ ଅନେକ ବୈଠକ କରିବେ।
ବିଶେଷ ସୂତ୍ରରୁ କୁହାଯାଇଛି ଯେ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରୋଡ ମ୍ୟାପ୍ରେ ମଧ୍ୟ ଚର୍ଚ୍ଚା କରିବେ। କିନ୍ତୁ ମୁଖ୍ୟ ଲକ୍ଷ ବିଏମସିର ୨୨୭ଟି ୱାର୍ଡ ଉପରେ ରହିବ। ସୂତ୍ରପକ୍ଷରୁ କୁହାଯାଇଛିଯେ ରାଜ୍ୟର ନେତାମାନଙ୍କ ସହିତ ସେମାନଙ୍କ ବୈଠକର ଉଦ୍ଦେଶ୍ୟ ହେଉଛି ଆଗାମି ନଗର ନିଗମ ନିର୍ବାଚନରେ ଉଦ୍ଧବ ସରକାରଙ୍କ ନେତୃତ୍ୱାଧୀନ ଶିବସେନା ଦଳ ସହିତ ମୁକାବିଲା କରିବା ପାଇଁ କର୍ମୀମାନଙ୍କୁ ସକ୍ରିୟ କରିବା। ଓବିସି ସଂରକ୍ଷଣ ପ୍ରସଙ୍ଗରେ ଅଟକି ଥିବା ନଗର ନିଗମ ନିର୍ବାଚନ ୨୦୨୩ ଜାନୁଆରି-ଫେବୃଆରୀ ମାସରେ ହେବାକୁ ଯାଉଛି।