ଦେଶସ୍ୱତନ୍ତ୍ର

ଗର୍ଭବତୀ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲା ସ୍ୱାମୀ

ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । ନିଜ ପାଞ୍ଚମାସର ଗର୍ଭବତୀ ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଲିବିୟାରେ । ସ୍ତ୍ରୀଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିବାକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି ।

ମିଳିତିବା ସୂଚନା ଅନୁଯାୟୀ,ଅଭିଯୁକ୍ତ ସ୍ୱାମୀ ପିଲା ଚାହୁନଥିଲା । ତେଣୁ ଗର୍ଭପାତ କରାଇବାକୁ  ବାଧ୍ୟ କରାଇଥିଲେ । । ପିଲାକୁ ନେଇ ପ୍ରଥମେ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କିନ୍ତୁ ପତ୍ନୀସ ଏଥିରେ ଅରାଜି ହୋଇଥିଲେ । ଏହାପରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ଫଳରେ ଗୁରୁତର ଭାବରେ ପୋଡ଼ି ହୋଇଯାଇଥିଲେ ସ୍ତ୍ରୀ । ଶେଷର ପିଲା ସହ ପତ୍ନୀଙ୍କର ମୃତ୍ୟୁ ହୋଇଛି ।

ତେବେ ପତ୍ନୀ ହାନାଙ୍କୁ ରାଜଧାନୀ ତ୍ରିପାଲିର ଏକ ହସ୍ପିଟାଲରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରଥମେ ମୃତ ପିଲାଟିକୁ କାଢ଼ି ହାନାଙ୍କ ଜୀବନ ବଞ୍ଚାଇବାକୁ ଚାହିଥିଲେ । କିନ୍ତୁ ଶେଷରେ ହାନା ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଥିଲା । ତେବେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଜାରି କରିଛି ।

Show More

Related Articles

Back to top button