Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜିଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆଜିଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆଜି ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଦୁଇ ଦିନିଆ ଗସ୍ତରେ ସେ ପଶ୍ଚିମବଙ୍ଗରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବିଜେପିର ମିଡିଆ ବିଭାଗର ଦାୟିତ୍ୱରେ ଥିବା ଅନିଲ ବାଲୁନି ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି। ନଡ୍ଡା କେଲକାତାର ହାଷ୍ଟିଙ୍ଗରେ ଦଳର ନିର୍ବାଚନ କାର୍ଯ୍ୟାଳୟ ଏବଂ ନଅଟି ଜିଲ୍ଲାର ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିବେ। ସେ ବସ୍ତି ବାସିନ୍ଦାଙ୍କ ପ୍ରତିନିଧୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବେ। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ବିଜେପି ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛି।

ସୂଚନା ଯେ, ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ନଡ୍ଡା ୧୨୦ ଦିନିଆ ଦେଶବ୍ୟାପୀ ଯାତ୍ରା କରୁଛନ୍ତି। ସେ ଏହାକୁ ଡିସେମ୍ବର ୪ରେ ଉତ୍ତରପ୍ରଦେଶରୁ ଆରମ୍ଭ କରିଥିଲେ।

Show More

Related Articles

Back to top button