ଇଣ୍ଡିଆ ମୋବାଇଲ କଂଗ୍ରେସର ଚତୁର୍ଥ ସଂସ୍କରଣରେ ଉଦବୋଧନ ଦେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ଏଭଳି ସୂଚନା ଦେଇଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ଏହି ସେବାର ବିକାଶ କରାଯିବ ବୋଲି ସେ କହିଛନ୍ତି। ଭାରତରେ ୫-ଜି ମୋବାଇଲ ଫୋନ ସେବା ଆଗୁଆ ଆରମ୍ଭ ପାଇଁ ନୀତିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି।
ତେବେ ଭାରତରେ ୫-ଜି ମୋବାଇଲ ଫୋନ ସେବାରେ ଯେଉଁ ବିପ୍ଳବ ଆସିବ ସେଥିରେ ଜିଓ ଅଗ୍ରଦୂତ ଭୂମିକା ଗ୍ରହଣ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ସ୍ପେକ୍ଟ୍ରମ ବିକ୍ରି ଆରମ୍ଭ ହେଲେ ୫-ଜି ମୋବାଇଲ ଫୋନ ସେବା ଆରମ୍ଭ ହୋଇପାରିବ ବୋଲି ରିଲାଏନ୍ସ ଜିଓ କହୁଥିବାବେଳେ ପ୍ରତିଯୋଗୀ କମ୍ପାନି ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ କିନ୍ତୁ କିନ୍ତୁ ଭିନ୍ନ କଥା କହୁଛନ୍ତି।