Breaking PLUSଦେଶମୁଖ୍ୟ ଖବର

ବିଜେପି ପୂର୍ବ ସରକାର ତୁଳନାରେ ଦେଢଗୁଣା ଅଧିକ ସରକାରୀ ନିଯୁକ୍ତି ଦେଇଛି-ପିଏମ ମୋଦି

ନୂଆଦିଲ୍ଲୀ, 12 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ବିଜେପି ସରକାର ଗତ 10 ବର୍ଷରେ ପୂର୍ବ ସରକାର ତୁଳନାରେ ଦେଢଗୁଣା ଅଧିକ ଯୁବକଙ୍କୁ ସରକାରୀ ନିଯୁକ୍ତି ଦେଇଛି । ସେ କହିଛନ୍ତି ଆମ ଭାରତ ସରକାର ନିଯୁକ୍ତି ପ୍ରକ୍ରିୟାକୁ ଏବେ ସମ୍ପୂର୍ଣ୍ଣ ଭାବେ ପାରଦର୍ଶୀ କରିଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଭିସି ଜରିଆରେ ନବନିଯୁକ୍ତ ଯୁବକଙ୍କୁ 1ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ସମ୍ବୋଧିତ କରିଛନ୍ତି । ଏହି ରୋଜଗାର ମେଳା ଦେଶର 47ଟି ସ୍ଥାନରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଇଣ୍ଟିଗ୍ରେଟେଡ ଟ୍ରେନିଂ କମ୍ପ୍ଳେକ୍ସ ‘କର୍ମଯୋଗୀ ଭବନ’ର ପ୍ରଥମ ପର୍ଯ୍ୟାୟ ପାଇଁ ଆଧାରଶିଳା ରଖିଥିଲେ ।

Show More

Related Articles

Back to top button